ହୃଦଘାତରେ ପ୍ରସିଦ୍ଧ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଚଳଚ୍ଚିତ୍ର ନିର୍ମାତା ସ୍ୱାମୀ ରାଜ କୌଶଲଙ୍କ ପରଲୋକ

ମୁମ୍ବଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ କୌଶଲଙ୍କର ହୃଦଘାତରେ ପରଲୋକ ଘଟିଛି । ମଙ୍ଗଳବାର ରାଜ ନିଜ ଘରେ ଥିବାବେଳେ ହୃଦଘାତର ଶିକାର ହୋଇଥିଲେ । ଏହାର ଦୁଇଦିନ ପୂର୍ବରୁ ରବିବାର ଦିନ ରାଜ ଓ ମନ୍ଦିରା ବଲିଉଡର ନିଜ ବନ୍ଧୁମାନଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତେ ମିଶି ଖୁସି ମନାଉଥିବା ଫଟୋ ମଧ୍ୟ ରାଜ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ଦୁଇଦିନ ପରେ ହଠାତ ତାଙ୍କର ମୃତ୍ୟୁଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ମନ୍ଦିରା ଓ ରାଜ ପରସ୍ପରକୁ ଖୁବ ଭଲ ପାଉଥିଲେ । ଦୀର୍ଘଦିନ ସେମାନେ ସମ୍ପର୍କରେ ରହିବାପରେ ୧୯୯୯ ଫେବ୍ରୁଆରୀ ୧୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନଙ୍କର ଗୋଟିଏ ପୁଅ ବିର ଅଛି ଏବଂ ୨୦୨୦ରେ ସେମାନେ ତାରା ନାମକ ଝିଅକୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ ।

Comments are closed.