ରିଲିଜ୍‍ ହେଲା ‘ହୋଟେଲ ମୁମ୍ବଇ’ ଟ୍ରେଲର

ମୁମ୍ବଇ : ୨୦୦୮ ମୁମ୍ବଇ ବିସ୍ଫୋରଣ ଉପରେ ଆଧାରିତ ଚଳଚ୍ଚିତ୍ର ‘ହୋଟେଲ ମୁମ୍ବଇ’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ଅନେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହରେ ସାରା ଦୁନିଆକୁ ପ୍ରଭାବିତ କରିବା ପରେ ‘ହୋଟେଲ ମୁମ୍ବଇ’ ୨୯ ନଭେମ୍ବରରେ ଭାରତର ପ୍ରେକ୍ଷାଳୟମାନଙ୍କରେ ମୁକ୍ତିଲାଭ କରିବ। ଏଥିରେ ଦେବ ପଟେଲ, ଅନୁପମ ଖେର, ଆର୍ମୀ ହୈମର, ନାଜନୀନ ବୋନାଦୀ ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ପ୍ରାୟ ସମସ୍ତ ପ୍ରମୁଖ କଳାକାରଙ୍କ ଝଲକ୍‍ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି।
ଏନ୍ଥୋନୀ ମାରସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୨୦୦୮ରେ ମୁମ୍ବଇର ତାଜ୍‍ ପ୍ୟାଲେସ୍‍ ହୋଟେଲରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ସାମ୍ନାକୁ ଆସିଥିବା ଅଦମ୍ୟ ସାହସିକତା ଓ ମାନବିକତାର ସତ୍ୟ ଘଟଣା ଉପରେ ଆଧାରିତ। ଚଳଚ୍ଚିତ୍ରରେ ଏହା ମଧ୍ୟ ଦେଖିବାକୁ ମିଳିବ ଯେ, କିପରି ୩୪ ଜଣ ବୀର ବ୍ୟକ୍ତି ସେହି ଭୟଙ୍କର ସମୟର ମୁକାବିଲା କରି ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଥିଲେ। ‘ହୋଟେଲ ମୁମ୍ବଇ’ ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

Comments are closed.