ଡ୍ରିମ୍ ଗାର୍ଲରେ ନୁସରତ୍

0

ମୁମ୍ବଇ : ପ୍ୟାର୍‌ କା ପଞ୍ଚନାମା, ସୋନୁ କି ଟିଟୁ କି ସ୍ବିଟି ପରି ହାସ୍ୟରସାତ୍ମକ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ଦକ୍ଷତା ପ୍ରମାଣିତ କରିସାରିଛନ୍ତି ଅଭିନେତ୍ରୀ ନୁସରତ୍ ବାରୁଚା। ଏହି ଦୁଇଟି ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ ପାଇଁ ନୁସରତ୍ ପୁରସ୍କୃତ ହୋଇସାରିଛନ୍ତି। ନିକଟରେ ‘ସୋନୁ କେ ଟିଟୁ..’ ଚଳଚ୍ଚିତ୍ର ପାଇଁ ସେ ‘ନେଗେଟିଭ୍ ରୋଲ୍’ର ପୁରସ୍କାର ପାଇଛନ୍ତି। ଏବେ ମଧ୍ୟ ତାଙ୍କ ହାତରେ ଦୁଇଟି ଭଲ୍ ଅଫର୍। ଆଗାମୀ ଚଳଚ୍ଚିତ୍ର ‘ତୁରମ୍ ଖାନ୍’ରେ ସେ ରାଜକୁମାର ରାଓଙ୍କ ସହ କାମ କରୁଥିବାବେଳେ ଏହାର ନିର୍ଦେଶନା ହନ୍ସଲ ମେ​‌ହେ‌ଟ୍ଟା ଦେଉଛନ୍ତି। ପୁଣି ଏକ ଭଲ ଅଫର୍ ନୁସରତ୍‌ଙ୍କ ପାଖକୁ ଆସିଛି। ‘ଡ୍ରିମ୍‌ ଗାର୍ଲ’ ଚଳଚ୍ଚିତ୍ରରେ ଆୟୁଷ୍ମାନ୍ ଖୁରାନାଙ୍କ ପରି ଦକ୍ଷ କଳାକାରଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ନୁସରତ୍। ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି ୨୦୧୮ ତାଙ୍କ ପାଇଁ ଖୁବ୍ ଭଲ ସମୟ ଥିଲା, କିନ୍ତୁ ୨୦୧୯ରେ ସେ ଆହୁରି ସଫଳତା ପାଇବେ ବୋଲି ତାଙ୍କର ଅନୁମାନ।

Leave A Reply