ଚଳଚ୍ଚିତ୍ର ନିର୍ଦେଶକ ସାଗର ସରହଦୀଙ୍କ ପରଲୋକ

ମୁମ୍ବଇ: ବିଶିଷ୍ଟ ଲେଖକ ତଥା ଚଳଚ୍ଚିତ୍ର ନିର୍ଦେଶକ ସାଗର ସରହଦୀଙ୍କର ପରଲୋକ ହୋଇଯାଇଛି। ମୁମ୍ବଇସ୍ଥିତ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ନୁରୀ, ବାଜାର, କଭି କଭି, ସିଲ୍‌ସିଲା, ଚାନ୍ଦନୀ, ଦିୱାନା ଏବଂ କହୋ ନା ପ୍ୟାର୍‌ ହୈ ଭଳି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି। ତାଙ୍କ ବିୟୋଗକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି।

ସରହଦୀ ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ରହିଥିଲେ। କିଛିଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଏକ କାର୍ଡିଆକ୍‌ କେୟାର ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ରହିଥିଲା। ୨୦୧୮ରେ ବି ସେ ହୃଦ୍‌ଘାତର ଶିକାର ହୋଇଥିଲେ। ସେତେବେଳେ ବି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସାଗର ସରହଦୀ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ପ୍ରଖ୍ୟାତ କାହାଣୀକାରମାନଙ୍କ ମଧ୍ୟରୁ ଅନ୍ୟତମ। ସେ କଭି କଭି, ସିଲ୍‌ସିଲା ଏବଂ ଦିୱାନା ସହିତ ଅନେକ ହିଟ୍‌ ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି। ବାଜାର ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ସ୍ମିତା ପାଟିଲ, ଫାରୁକ ସେଖ୍‌ ଏବଂ ନସିରୁଦ୍ଦୀନ ଶାହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Comments are closed.