ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ଜାରି ହୋଇଛି । ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪ଟି ଲୋକସଭା ଆସନ,ରାଜସ୍ଥାନର ୧୨, ମଧ୍ୟ ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୭ଟି ଲେଖାଏଁ, ବିହାରରେ ୫ଟି,ଝାଡଖଣ୍ଡରେ ୪ ଏବଂ ଜାମ୍ମୁ-କାଶ୍ମୀରରେ ୨ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଆସନ୍ତି ୧୮ ତାରିଖ  ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବାବେଳେ ୨୨ ତାରିଖକୁ ପ୍ରାର୍ଥପତ୍ର ପ୍ରତ୍ୟାହାର ଶେ​ଷ ଦିନ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ମେ’ ମାସ ୬ ତାରିଖରେ ଭୋଟ ଗ୍ରହଣ କରାଯିବ।

 

Comments are closed.