ଏଫଆଇଏଚ୍ ପ୍ରୋ ଲିଗ୍ : ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କଲା ଭାରତ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଏଫଆଇଏଚ୍ ପ୍ରୋ ଲିଗରେ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ। ଭାରତ ପକ୍ଷରୁ ମନଦୀପ ସିଂହ ଖେଳ ଆରମ୍ଭର ଦ୍ବିତୀୟ ମିନିଟରେ ଓ ରମନଦୀପ ସିଂହ ୪୬ମିନିଟରେ ଗୋଲ୍ କରିଥିଲେ। ସେହିଭଳି ବେଲଜିୟମ ପକ୍ଷରୁ ଗୌଥିୟର୍ ବୋକାର୍ଡ ୩୩ମିନିଟରେ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ମ୍ୟାଚରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଗୋଲକିପର କ୍ରିଷନ ପାଠକ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Comments are closed.