ଏଫଆଇଏଚ୍ ହକି : ଭାରତ ଚମ୍ପିଆନ୍, ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ଭାରତ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସର ଫାଇନାଲ ମ୍ୟାଚରେ ଶନିବାର ଭାରତ ଚମ୍ପିଆନ ହୋଇଛି। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତ ପକ୍ଷରୁ ହରମନପ୍ରିତ ସିଂ ଓ ବରୁଣ କୁମାର ଦୁଇଟି ଲେଖାଏଁ ଓ ବିବେକ ପ୍ରସାଦ ଗୋଟିଏ ଗୋଲ ଦେଇଥିଲେ। ଶନିବାରର ମ୍ୟାଚରେ ଭାରତୀୟ ଖେଳାଳିମାନେ ପ୍ରାରମ୍ଭରୁ ଖୁବ୍ ଭଲ ପଦର୍ଶନ କରିଥିଲେ।

Comments are closed.