ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳ ; ୮ଆହତ

0

ବାଲେଶ୍ବର : ଜମିବାଡି ବିବାଦକୁ ନେଇ ବାଲେଶ୍ବର ସିମୁଳିଆ ବ୍ଲକର ଜାମୁଝାଡି ପଞ୍ଚାୟତ କୁପୁରା ସାହିରେ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଶନିବାର ସକାଳେ ଏହି ଗଣ୍ଡଗୋଳ ହୋଇଛି। ଆହତମାନେ ହେଲେ ମୈଜୁଦିନ ଖାନ, ଫାରୁକ ଖାନ, ନସିମ ଖାନ, ନିଜାମ ଖାନ, ହିସାମୁଦ୍ଦିନ ଖାନ, ରେହେନୁମାନ ଖାନ, ଜିନତୁନ ବିବି, ସଜିନା ଖାନ। ସେମାନେ ଜମିବାଡି ବିବାଦକୁ ନେଇ ଶୁକ୍ରବାର ଦିନ ସିମୁଳିଆ ଥାନାକୁ ମଧ୍ୟ ଯାଇଥିଲେ।

Leave A Reply