୮ ମାସ ହେଲା ପୁଲିସ ହାଜତରେ ଗଞ୍ଜା; ଅଦାଲତଙ୍କ ନିର୍ଦେଶ ପରେ ମିଳିଲା ମୁକ୍ତି

ପୁଲିସ ହାଜତ​‌ରେ ଥିଲା ଗଞ୍ଜା । ଦିନେ ଅଧେ ନୁହେଁ, ପୁରା ୮ ମାସ । ମାତ୍ର ଶେଷରେ ଅଦାଲତ ନିର୍ଦେଶରେ ପୁଲିସ ଗଞ୍ଜାକୁ ଦେଇଛି ମୁକ୍ତି । ଘଟଣାଟି ହେଉଛି ପାକିସ୍ଥାନର ଘୋଟକି ଅଞ୍ଚଳରେ ।

ଜିଓ ନ୍ୟୁଜ୍ ରିପୋର୍ଟ ଅନୁସାରେ ୮ ମାସ ପୂର୍ବେ ପୁଲିସ ଏହି ଲଢ଼ୁଆ ଗଞ୍ଜା ସହ ଜାଫର ମିରାନୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । କିଛିଦିନ କରେ ଜାଫର ଜାମିନ ପାଇଥିଲା, ମାତ୍ର ଗଞ୍ଜାକୁ ଜାମିନ ମିଳି ନ ଥିଲା । ଶେଷରେ ଗଞ୍ଜାକୁ ପାଇବା ପାଇଁ ଏହାର ମାଲିକ ଅଦାଲତର ଦ୍ବାରସ୍ଥ ହୋଇଥିଲେ । ଅଦାଲତଙ୍କ ନିର୍ଦେଶକ୍ରମେ ଶେଷରେ ଗଞ୍ଜାକୁ ପୁଲିସ ମୁକ୍ତ କରିଥିଲା ।

ପାକିସ୍ଥାନରେ କୁକୁଡ଼ା ଲଢ଼େଇ ଏକ ଅପରାଧ । ଧରା ପଡ଼ିଲେ ୫୦୦ ଟଙ୍କା ଜୋରିମାନା ଆଦାୟ ହୁଏ । ଏହା ସତ୍ବେ ବିଭିନ୍ନ ସ୍ଥାନରେ କୁକୁଡ଼ା ଲଢ଼େଇ ହୁଏ । ଏପରିକି ଲଢ଼େଇ ନିମନ୍ତେ କୁକୁଡ଼ାଙ୍କ ପାଇଁ ଗୋପନରେ ସ୍କୁଲ (ତାଲିମ କେନ୍ଦ୍ର) ମଧ୍ୟ ଚାଲିଥାଏ। ତେବେ ଜାଫର ଗଞ୍ଜାଟିକୁ ଲଢ଼େଇବା ପାଇଁ ନେବାବେଳେ ପୁଲିସ ହାତରେ ଧରା ପଡ଼ିଥିଲା ।

Comments are closed.