ପାରିବାରିକ କଳହରୁ ବାପାକୁ ହତ୍ୟା କଲା ପୁଅ

0

କେନ୍ଦୁଝର: ପାରିବାରିକ କଳହ ଆଗରେ ସମ୍ପର୍କ ହାର ମାନିଛି। ପାରିବାରିକ କଳହରୁ ପୁତ୍ର ନିଜ ବାପାକୁ ପିଟିପିଟି ମାରି ଦେଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପଣ୍ଡାପଡା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରି ଗ୍ରାମରେ। ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲା ପଣ୍ଡାପଡା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରି ଗ୍ରାମରେ ବାପା ଓ ପୁଅ ମଧ୍ୟରେ ପାରିବାରିକ କାରଣରୁ କଳହ ହୋଇଥିଲା। ଏଥିରେ ଉତକ୍ଷେପିତ ହୋଇ ପୁଅ ଏକ କାଠ ଫାଳିଆରେ ବାପାକୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ବାପାକୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପୁଅକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Leave A Reply