ମଣିଷ-କୁମ୍ଭୀର ଲଢେଇ ; ଜାଣନ୍ତୁ ଜିତିଲା କିଏ?

ନୂଆଦିଲ୍ଲୀ : ବହୁବାର ମନୁଷ୍ୟ ଓ ଜୀବଜନ୍ତୁଙ୍କ ମଧ୍ୟରେ ଲଢେଇ ହେବାର ଦୃଶ୍ୟ ଦେଖିଥିବେ। ଲଢେଇରେ କେତେବେଳେ ମନୁଷ୍ୟ ତ କେତେବେଳେ ପଶୁ ଜିତନ୍ତି। ମାତ୍ର ହିଂସ୍ରଜନ୍ତୁଙ୍କ କବଳରୁ ମନୁଷ୍ୟର ଜୀବନ ଯେତେବେଳେ ରକ୍ଷା ପାଏ, ତାହା ସଭିଁଙ୍କୁ ଚକିତ କରି ଦେଇଥାଏ। ଏଭଳି ଏକ ଦୃଶ୍ୟ ଭୋପାଳରେ ଦେଖିବାକୁ ମିଳିଛି।
ଅମିତ ନାମକ ଜଣେ ଯୁବକ ନିଜ ସାଙ୍ଗ ସହ କଲିୟାସୋତ ଡ଼୍ୟାମରେ ଗାଧୋଉଥିବା ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। କୁମ୍ଭୀରଟି ଜଣଙ୍କ ଗୋଡ଼ଟିକୁ ଧରି ଗଭୀର ପାଣି ଭିତରକୁ ଟାଣିବାକୁ ଆରମ୍ଭ କରିଥିଲା। ମାତ୍ର ଡ଼୍ୟାମ ପାଖରେ ପଡିଥିବା ଏକ ମୋଟା ବାଡ଼ି ଦ୍ୱାରା ଅନ୍ୟ ଜଣେ ସାଙ୍ଗ କୁମ୍ଭୀରକୁ ଆକ୍ରମଣ କରିବାରୁ କୁମ୍ଭୀର ପାଟିରୁ ସେହି ସାଙ୍ଗଟିର ଗୋଡ଼ ବାହାରି ଆସିଥିଲା। ଏହାପରେ ଦୁହେଁ କୂଳକୁ ଆସିଥିଲେ। ମାତ୍ର କୁମ୍ଭୀର ଆକ୍ରମଣ ଫଳରେ ଗୁରୁତର ଆହତ ହୋଇଥିବା ସେହି ବ୍ୟକ୍ତିଙ୍କୁ ତୁରନ୍ତ ମେଡ଼ିକାଲ ପଠାଯାଇଥିଲା। ବର୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି ବୋଲି ସୂଚନା ମିଳିଛି।

Comments are closed.