MEllora 950×100

ବ୍ରାଜିଲ-କ୍ରୋଏସିଆ, ଆର୍ଜେଣ୍ଟିନା-ନେଦରଲାଣ୍ଡ୍‌ସ କ୍ବାର୍ଟର ଲଢ଼େଇ ଆଜି

ଫିଫା ବିଶ୍ବକପ ଫୁଟବଲ

ଦୋହା : ଫିଫା ବିଶ୍ବକପର ୨୨ତମ ସଂସ୍କରଣ ଏବେ କ୍ବାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ କ୍ବାର୍ଟର ଫାଇନାଲରେ ଲାଟିନ ଆମେରିକା ଓ ୟୁରୋପର ଦୁଇ ଶକ୍ତିଶାଳୀ ଦଳ ପରସ୍ପରକୁ ଭେଟିବେ। ୫ଥର ଚମ୍ପିଆନ ବ୍ରାଜିଲ ଓ ଶେଷ ସଂସ୍କଣରର ରନର୍ସଅପ କ୍ରୋଏସିଆ ଏହି ହାଇଭୋଲଟେଜ୍‌ ମ୍ୟାଚରେ ମୁହାଁମୁହିଁ ହେବେ। ଲାଟିନ ଆାମେରିକାର ଫୁଟବଲ ପାୱାରହାଉସ ବ୍ରାଜିଲ ବିଶ୍ବକପରେ ସର୍ବାଧିକ ୫ଥର ଟ୍ରଫି ଜିତିଥିବାବେଳେ କ୍ରୋଏସିଆ ଏପର୍ଯ୍ୟନ୍ତ ଏହି ଟ୍ରଫି ହାସଲରୁ ଦୂରରେ ରହିଛି। ବ୍ରାଜିଲ ନିକଟରେ ୬ଷ୍ଠ ଥର ପାଇଁ ଟାଇଟଲ ଜିତିବାର ସୁଯୋଗ ଏବେ ଉପନୀତ ହୋଇଛି। ବ୍ରାଜିଲ ​‌ଲିଗ୍‌ରେ ୨-୦ଗୋଲରେ ସର୍ବିଆ ଓ ୧-୦ ଗୋଲରେ ସ୍ବିଜରଲାଣ୍ଡ୍‌ସକୁ ପରାସ୍ତ କରିଥିବାବେଳେ କାମେରୁନ ନିକଟରୁ ୦-୧ ଗୋଲରେ ପରାଜିତ ହୋଇଥିଲା। ଦଳ ପ୍ରିକ୍ବାର୍ଟରରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛି। ରିଚିର୍ଲିନସ, ନୈମାର ଜୁନିୟର ,କାସମିରୋ,ଭିନିସିୟସଙ୍କ ଭଳି ତାରକା ଖେଳାଳି ଭଲ ଫର୍ମରେ ରହିଛନ୍ତି। ଦକ୍ଷିଣ କୋରିଆ ବିପକ୍ଷରେ ଦଳର ରଣକୌଶଳ ଓ ଟେକ୍‌ନିକ ବେଶ ପ୍ରଶଂସନୀୟ ରହିଥିଲା। କ୍ରୋଏସିଆ ବିପକ୍ଷରେ ବିଜୟ ନେଇ ଆଶାବାଦୀ ବୋଲି ମୁଖ୍ୟ ପ୍ରଶିକ୍ଷକ ଟେଟେ କହିଛନ୍ତି।
୨୦୧୮ ଉପ ବିଜେତା କ୍ରୋଏସିଆ ଚମତ୍କାର ପ୍ରଦର୍ଶନ କରି ଏବେ କ୍ବାର୍ଟର ଫାଇନାଲରେ ପହଞ୍ଚିଛି। ଦଳ କାନାଡାକୁ ୪-୧ ଗୋଲରେ ପରାସ୍ତ କରିଥିବାବେଳେ ବେଲଜିୟମ ଓ ମରୋକ୍କୋ ସହ ମ୍ୟାଚ ଡ୍ର ରଖିଥିଲା। ପ୍ରିକ୍ବାର୍ଟରରେ ଜାପାନକୁ ପେନାଲ୍ଟି ସୁଟ୍‌ଆଉଟରେ ହରାଇ କ୍ବାର୍ଟରରେ ପହଞ୍ଚିଛି। ଅଧିନାୟକ ଲୁକା ମୋଡ୍ରିକ୍‌ଙ୍କ ନେତୃତ୍ବାଧିନ ଓ ପ୍ରଶିକ୍ଷକ ଜ୍ୟାଟକୋ ଡେଲିସଙ୍କ ରଣନୀତି ଉପରେ ନଜର ରହିବ। କ୍ରୋଏସିଆକୁ ବ୍ରାଜିଲ ବିପକ୍ଷରେ ଜିତିବାକୁ ହେଲେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ଉକ୍ତ ମ୍ୟାଚ ମୁଖ୍ୟତଃ ଲୁକା ମାଡ୍ରିକ୍‌ ଓ ନୈମାର ଜୁନିୟର ମଧ୍ୟ​ରେ‌ ଲଢେଇ ହେବା ଆଶା କରାଯାଉଛି। କ୍ରୋଏସିଆ ୨୦୧୮ ବିଶ୍ବକପର ଶେଷ ୩ଟି ନକ୍‌ଆଉଟ୍‌ ମ୍ୟାଚରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଜିତିିଥିଲା। ଚଳିତ ବିଶ୍ବକପର ପ୍ରିକ୍ବାର୍ଟରରେ ମଧ୍ୟ ଜାପାନ ବିପକ୍ଷରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ବିଜୟୀ ହୋଇଛି। ମ୍ୟାଚ ପେନାଲ୍ଟି ସୁଟ୍‌ଆଉଟକୁ ଗଲେ କ୍ରୋଏସିଆ ସପକ୍ଷରେ ନିଶ୍ଚିତ ରହିବା ନେଇ ଆଶା କରାଯାଉଛି। ବ୍ରାଜିଲ ଓ କ୍ରୋଏସିଆ ବିଶ୍ବକପରେ ଦୁଇଥର ମୁହଁାମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ବ୍ରାଜିଲ ଦୁଇଟି ଯାକ ମ୍ୟାଚ ୨୦୦୬ରେ ୧-୦ ଗୋଲ ଓ ୨୦୧୪ରେ ୩-୧ ଗୋଲରେ ବିଜୟୀ ହୋଇଥିଲା। ପ୍ରଥମ ଥର ପାଇଁ ଦୁଇ ଦଳ ବିଶ୍ବକପର ନକ୍‌ଆଉଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ନେଦରଲାଣ୍ଡ୍‌ସ ବନାମ ଆର୍ଜେଣ୍ଟିନା

୨ୟ କ୍ବାର୍ଟରଫାଇନାଲରେ ଦୁଇଥର ଚମ୍ପିଆନ୍‌ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍‌ସ ମୁହାଁମୁହିଁ ହେବେ। ଲିଓନେଲ ମେସି ବିଶ୍ବକପ୍‌ ଟ୍ରଫି ଜିତିବାର ସ୍ବପ୍ନକୁ ପୂରଣ କରିବା ନେଇ ଆଶାୟୀ ଥିବା ବେଳେ ନେଦରଲାଣ୍ଡ୍‌ସ ମଧ୍ୟ ପ୍ରଥମ ଥର ବିଶ୍ବକପ ଜିତିବାକୁ ଉଦ୍ୟମ କରିବ। ଫୁଟବଲ ପଣ୍ଡିତମାନେ ଆର୍ଜେଣ୍ଟିନା-ନେଦରଲାଣ୍ଡ୍‌ସ ସର୍ବଶ୍ରେଷ୍ଠ କ୍ବାର୍ଟରଫାଇନାଲ ମୁକାବିଲା ହେବାର ପୂର୍ବାନୁମାନ କରିଛନ୍ତି।
ନେଦରଲାଣ୍ଡ୍‌ସ ଲିଗ୍‌ ପର୍ଯ୍ୟାୟରେ ୨-୦ରେ ସେନିଗାଲ, ୨-୦ରେ କାତାରକୁ ପରାସ୍ତ କରିଥିବା ବେଳେ ଇ​‌େ​‌କ୍ବଡର ସହ ୧-୧ ଗୋଲ ବରାବର ରଖିଥିଲା। ପ୍ରିକ୍ବାର୍ଟରରେ ୩-୧ ଗୋଲରେ ଆମେରିକାକୁ ପରାସ୍ତ କରି କ୍ବାର୍ଟରଫାଇନାଲରେ ପହଞ୍ଚିଛି। ତାରକା ଖେଳାଳି ଗାକ୍‌ପୋ ୩ଟି ଗୋଲ ଦେଇଛନ୍ତି। ଆର୍ଜେଣ୍ଟିନା ପ୍ରଥମ ମ୍ୟାଚରେ ସାଉଦି ଆରବ ନିକଟରୁ ୨-୧ ଗୋଲରେ ପରାଜିତ ହୋଇଥିବା ବେଳେ ୨ୟ ମ୍ୟାଚରେ ମେକ୍ସିକୋକୁ ୨-୦ ଓ ୩ୟ ମ୍ୟାଚରେ ପୋଲାଣ୍ଡକୁ ୨-୦ ଗୋଲରେ ପରାସ୍ତକରି ପ୍ରିକ୍ବାର୍ଟରଫାଇନାଲରେ ପହଞ୍ଚିଥିଲା। ପ୍ରିକ୍ବାର୍ଟରେ ଅଷ୍ଟ୍ରେଲିଆକୁ ୨-୧ ଗୋଲରେ ପରାସ୍ତକରି ଆର୍ଜେଣ୍ଟିନା କ୍ବାର୍ଟର ଫାଇନାଲରେ ପହଞ୍ଚିଛି। ମେସି ୩ଟି ଓ ଆଲ୍‌ଭାରେଜ ୨ଟି ଗୋଲ ଦେବାରେ ସଫଳ, ହୋଇଛନ୍ତି। ଉଭୟ ଦଳ ବିଶ୍ବକପରେ ୫ଥର ମୁହଁାମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ୧୯୭୪ ଗ୍ରୁପ ଲିଗ୍‌ରେ ନେଦରଲାଣ୍ଡ୍‌ସ ୩-୧ ଗୋଲରେ ଜିତିଥିବା ବେ​‌େ​‌ଳ ୧୯୭୮ ଫାଇନାଲରେ ଆର୍ଜେଣ୍ଟିନା ୩-୧ ଗୋଲରେ ବିଜୟୀ ହୋଇଥିଲା। ୧୯୯୮ କ୍ବାର୍ଟରଫାଇନାଲରେ ନେଦରଲାଣ୍ଡ୍‌ସ ୨-୧ ଗୋଲରେ ଆାର୍ଜେଣ୍ଟିନାକୁ ପରାସ୍ତ କରିଥିବା ବେଳେ ୨୦୦୬ରେ ଲିଗ୍‌ ମ୍ୟାଚ ଡ୍ର ରହିଥିଲା। ୨୦୧୪ ସେମିଫାଇନାଲରେ ପେନାଲ୍‌ଟି ସୁଟ୍‌ଆଉଟରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା। ମେସିଙ୍କ ସମେତ ଆଲଭାରେଜ, ଫର୍ଣ୍ଣାଣ୍ଡିଜ୍‌, ମାର୍କ ଆଲିଷ୍ଟାର, ଆଞ୍ଜେଲ ଡି ମାରିଆ ପ୍ରମୁଖ ଆର୍ଜେଣ୍ଟିନାର ମୁଖ୍ୟ ଅସ୍ତ୍ର। ମେସି ଓ ଆଞ୍ଜେଲ ଡି ମାରିଆଙ୍କୁ ଦେଦରଲାଣ୍ଡ୍‌ସ କିପରି ରୋକିପାରୁଛି; ତାହା ଉପରେ ମ୍ୟାଚର ଫଳାଫଳ ନିର୍ଭର କରିବ।

Comments are closed.