ପାକିସ୍ତାନ ଫୁଟବଲ ସଂଘକୁ ନିଲମ୍ବନ କଲା ଫିଫା

ଲାହୋର: ବିଶ୍ବ ଫୁଟବଲର ପରିଚାଳନା ସଂସ୍ଥା ଫିଫା ପାକିସ୍ତାନ ଫୁଟବଲ ଫେଡେରେସନକୁ ନିଲମ୍ବିତ କରିଛି। ତୃତୀୟ ପକ୍ଷକୁ ଅନ୍ତର୍ଭୁକ୍ତ କରିବା ଅଭିଯୋଗରେ ଫିଫା ପାକିସ୍ତାନ ଫୁଟବଲ ଫେଡେରେସନକୁ ନିଲମ୍ବିତ କରିଛି। ତୁରନ୍ତ ଏହାକୁ କାର୍ୟ୍ୟକାରୀ କରିବା ନେଇ ମଧ୍ୟ ଫିଫା କାଉନସିଲ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଫୁଟବଲ ପରିଚାଳନାରେ ତୃତୀୟ ପକ୍ଷର ହସ୍ତ​‌େ​‌କ୍ଷପ ଫିଫାର ନିୟମକୁ ଉଲ୍ଲଙ୍ଘନ କରୁଛି। ଫିଫାର ନିଷ୍ପତ୍ତିକୁ ନେଇ ପାକିସ୍ତାନ ଫୁଟବଲ ଫେଡେରେସନ ମୁଖ୍ୟାଳୟ ଲାହୋରରେ ବିକ୍ଷୋଭ ଦେଖିବାକୁ ମିଳିଥିଲା।

ଘଟଣାର ସମାଧାନ ବଦଳରେ ପାକିସ୍ତାନ ଫୁଟବଲ ଫେଡେରେସନ ତୃତୀୟ ପକ୍ଷକୁ ସାମିଲ କରିଥିଲା। ଯାହାକୁ ନେଇ ଫିଫା କ୍ଷୁବ୍ଧ ହେବା ସହିତ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ପରିସ୍ଥିତିକୁ ଅନୁଧ୍ୟାନ କରିବା ଲାଗି ଫିଫା ପକ୍ଷରୁ ପିଏଫଏଫର ହାରୁନ୍ ମଲ୍ଲିକଙ୍କ ନେତୃତ୍ବରେ କମିଟି ଗଠନ କରିଛି। ପାକିସ୍ତାନ ଫୁଟବଲ ଫେଡେରେସନ ମୁଖ୍ୟାଳୟରେ ଫୁଟବଲ ପ୍ରଶଂସକମାନେ ଫିଫା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫିଫା ପକ୍ଷରୁ ଗଠନ କରାଯାଇଥିବା କମିଟି ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଫିଫା ପକ୍ଷରୁ କୁହାଯାଇଛି।

Comments are closed.