ଫିଫା ୧୭ ଓ ୨୦ ବର୍ଷରୁ କମ ବିଶ୍ୱକପ ୨୦୨୩ ପର୍ଯ୍ୟନ୍ତ ସ୍ଥଗିତ

ବିଶ୍ୱ ଫୁଟବଲର ଶୀର୍ଷ ସଂସ୍ଥା ଫିଫା ୧୭ ଏବଂ ୨୦ ବର୍ଷରୁ କମ ବିଶ୍ୱକପକୁ ବାତିଲ କରିଛି। ଚଳିତ ବର୍ଷ କରୋନା ମହାମାରୀ ହେତୁ ଏହି ମ୍ୟାଚ ଆସନ୍ତା ବର୍ଷ ଅର୍ଥାତ ୨୦୨୧ରେ ହେବାର ଥିଲା। ଏହି ବିଶ୍ୱକପ୍ ବର୍ତ୍ତମାନ ୨୦୨୩ରେ ଖେଳାଯିବ। ଇଣ୍ଡୋନେସିଆରେ ୨୦ ବର୍ଷରୁ କମ ଏବଂ ପେରୁରେ ୧୭ ବର୍ଷରୁ କମ ବିଶ୍ୱକପ ଆୟୋଜନ ହେବ।
ଫିଫା କହିଛି, ଅନ୍ତର୍ଜାତୀୟ କ୍ରୀଡା କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ କରୋନା ମହାମାରୀର ପ୍ରଭାବ ଯୋଗୁ ଏପରି ହେଉଛି। ଫିଫା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ଯେ ବିଶ୍ୱର କୌଣସି ସ୍ଥାନରେ ମ୍ୟାଚ ଆୟୋଜନ ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ।