ମୋଦୀଙ୍କୁ ସ୍ୱତନ୍ତ୍ର ଫିଫା ଜର୍ସି ଉପହାର

0

ବୁଏନ୍ସ ଏରିଜ୍‍ : ଫୁଟବଲ ଖେଳର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱତନ୍ତ୍ର ଜର୍ସି ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ନିକଟରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ଆର୍ଜେଣ୍ଟିନା ଯାଇଥିବାବେଳେ ମୋଦୀ ସେଠାରେ ଫିଫା ସଭାପତି ଜିଆନି ଇନ୍‍ଫାଣ୍ଟିନୋଙ୍କୁ ଭେଟିଥିଲେ। ଏହି ଅବସରରେ ଫିଫା ପକ୍ଷରୁ ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଜର୍ସି ପ୍ରଦାନ କରାଯାଇଥିଲା। ନୀଳ ରଙ୍ଗର ଏହି ଜର୍ସି ପଛରେ ମୋଦୀଙ୍କ ନାମ ଲେଖାଯାଇଛି। ମୋଦି ଏହି ଫଟୋକୁ ଟ୍ୱିଟରରେ ଅପ୍‍ଲୋଡ୍‍ କରିବା ସହ ଉଲ୍ଲେଖ କରିଛନ୍ତି ଯେ ଆର୍ଜେଣ୍ଟିନାକୁ ବୁଲିବାକୁ ଆସିଥିବାବେଳେ ଫୁଟବଲ ସମ୍ପର୍କରେ ଚିନ୍ତା ନ କରି ରହିହେବନାହିଁ। ଭାରତରେ ଆର୍ଜେଣ୍ଟିନା ଫୁଟବଲ ଖେଳାଳିଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଛି। ଏଭଳି ଉପହାର ପାଇବାପରେ ମୋଦୀ ଫିଫା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave A Reply