୧୭ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍ ବାତିଲ, ୨୦୨୨ ସଂସ୍କରଣ ଆୟୋଜନ କରିବ ଭାରତ

ଭାରତରେ ଆୟୋଜିତ ହେବାକୁ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାକୁ ଫିଫା ବାତିଲ କରିବା ପରେ ଏହାର ୨୦୨୨ ସଂସ୍କରଣର ଆୟୋଜକ ଦାୟିତ୍ୱ ଭାରତକୁ ମିଳିଛି। ପ୍ରଥମେ କୋଭିଡ-୧୯ ମହାମାରୀ କାରଣରୁ ଆସନ୍ତା ବର୍ଷକୁ ଏହି ପ୍ରତିଯୋଗିତା ସ୍ଥଗିତ ରଖାଯାଇଥିଲା କିନ୍ତୁ ଗତକାଲି ଫିଫା ଦ୍ୱାରା ଏହାକୁ ବାତିଲ କରାଯାଇଛି।

ଫିଫା ଉଭୟ ମହିଳା ୧୭ ବର୍ଷରୁ କମ ବିଶ୍ୱକପ ଏବଂ ୨୦ ବର୍ଷରୁ କମ ବିଶ୍ୱକପକୁ ବାତିଲ କରିଥିଲା ​​ଯାହା ଭାରତ ଏବଂ କୋଷ୍ଟାରିକାରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ ୨୦୨୨ ସଂସ୍କରଣର ଆୟୋଜକ ଅଧିକାର ଉଭୟ ଦେଶକୁ ଦେଇଛି। ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ (ଏଏଫ୍ଏଫ୍)ର ସଭାପତି ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ୨୦୨୨ ସଂସ୍କରଣ ଆୟୋଜନ ପାଇଁ ସ୍ଥାନୀୟ ଆୟୋଜକ କମିଟି ପ୍ରସ୍ତୁତ ଅଛନ୍ତି।

ଏବେ କରୋନା ମହାମାରୀର କ୍ରମାଗତ ପ୍ରଭାବକୁ ଦୃଷ୍ଟିରେ ରଖି ଫିଫା ଏହି ପ୍ରତିଯୋଗିତା ସହ ଜଡିତ ଅନେକ ନିଷ୍ପତ୍ତି ନେଇଛି। ଏହି ଘୋଷଣା ଅନୁଯାୟୀ, ଫିଫା କ୍ଲବ ବିଶ୍ୱକପ୍ ଆସନ୍ତା ମାସ ପରିବର୍ତ୍ତେ ୨୦୨୧ ଫେବୃଆରୀ ୧ରୁ ୧୧ ପର୍ଯ୍ୟନ୍ତ ଦୋହାରେ ଅନୁଷ୍ଠିତ ହେବ। ଦୁଇଟି କ୍ଲବ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

Comments are closed.