MEllora 950×100

ପ୍ରଥମ ଥର କ୍ବାର୍ଟରରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଫ୍ରାନ୍‌ସ

ଦୋହା: ଚଳିତ ଫିଫା ବିଶ୍ବକପରେ ଶନିବାର ଗତଥରର ଚମ୍ପିଆନ ଫ୍ରାନ୍‌ସ ଓ ୧୯୬୬ ଚମ୍ପିଆନ ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚ ଅଲଖୋରର ଅଲବାୟତ ଷ୍ଟାଡ଼ିୟମରେ ଖେଳାଯିବ। ଉଭୟ ଦଳ ଗ୍ରୁପ ଲିଗ୍‌ ଓ ରାଉଣ୍ଡ-୧୬ରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଆଗାମୀ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ରେକର୍ଡ ଦୃଷ୍ଟିରୁ ଫ୍ରାନ୍‌ସ ବିପକ୍ଷରେ ଇଂଲଣ୍ଡର ପଲା ଭାରି ରହିଛି। ଉଭୟ ଦଳ ପୂର୍ବରୁ ବିଶ୍ବକପରେ ଦୁଇଥର ମୁହଁାମୁହିଁ ହୋଇଛନ୍ତି। ଦୁଇଟି ଯାକ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଛି। ଚଳିତ ବିଶ୍ବକପରେ ପ୍ରଦର୍ଶନକୁ ଦେଖିଲେ ଇଂଲଣ୍ଡ ବିପକ୍ଷରେ ଫ୍ରାନ୍‌ସ ଆଗରେ ରହିଛି। ଫ୍ରାନ୍‌ସ ଲିଗ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ୪-୧ରେ ଅଷ୍ଟ୍ରେଲିଆକୁ ଓ ଦ୍ବିତୀୟ ମ୍ୟାଚରେ ୨-୧ରେ ଡେନମାର୍କକୁ ପରାସ୍ତ କରିଥିବାବେଳେ ଶେଷ ମ୍ୟାଚରେ ଟ୍ୟୁନିସିଆ ନିକଟରୁ ଅପ୍ରତ୍ୟାଶିତ ଭାବେ ପରାଜିତ ହୋଇଥିଲା।

ପ୍ରି କ୍ବାର୍ଟରରେ ଦଳ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିଛି। ଦଳର ତାରକା ଖେଳାଳି କିଲିଆନେ ଏମ୍‌ବାପେ ଚମତ୍କାର ଫର୍ମରେ ରହିବା ସହିତ ୫ଟି ଗୋଲ ଦେଇଛନ୍ତି। ୧୯୬୬ର ବିଜେତା ଇଂଲଣ୍ଡ ଲିଗ୍‌ ପର୍ଯ୍ୟାୟରେ ୬-୨ ଗୋଲରେ ଇରାନକୁ,୩-୦ ଗୋଲରେ ୱେଲ୍‌ସକୁ ପରାସ୍ତ କରିଥିବାଳେ ଆମେରିକା ସହ ଗୋଲଶୂନ୍ୟ ଡ୍ର ରଖିଥିଲା। ପ୍ରିକ୍ବାର୍ଟ ଫାଇନାଲରେ ୩-୦ ଗୋଲରେ ସେନିଗାଲକୁ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛି। ହ୍ୟାରି କେନ୍‌ ଓ ସାକା ଓ, ମୁର୍କୁସ ରସଫୋର୍ଡ ହେଣ୍ଡେରସନ ପ୍ରମୁଖ ଗୋଲ ଦେବାରେ ସଫଳ ହୋଇଛନ୍ତି।

Comments are closed.