ଫିଫା ମାନ୍ୟତା: ଶୀର୍ଷସ୍ଥାନରେ ଫ୍ରାନ୍‍ସ

0

ଜୁରିଚ୍‍ : ଫୁଟବଲ ବିଶ୍ୱକପ୍‍ ଚମ୍ପିଆନ୍‍ ଫ୍ରାନ୍‍ସ ଦଳ ଫିଫା ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛି। ଗୁରୁବାର ପ୍ରକାଶିତ ମାନ୍ୟତା ଅନୁଯାୟୀ ଫ୍ରାନ୍‍ସ ୧ନଂରେ ରହିଥିବା ବେଳେ ପୂର୍ବରୁ ଏହି ସ୍ଥାନରେ ଥିବା ଜର୍ମାନୀ ୧୫ନଂକୁ ଖସି ଯାଇଛି। ଫୁଟବଲ ବିଶ୍ୱକପ୍‍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବାରୁ ଜର୍ମାନକୁ ଏପରି ଦଶା ଭୋଗିବାକୁ ପଡ଼ିଛି। ସୂଚନାଥାଉକି ବିଶ୍ୱକପ୍‍ ଫାଇନାଲରେ କ୍ରୋଏସିଆକୁ ପରାସ୍ତ କରି ଜର୍ମାନୀ ଚମ୍ପିଆନ୍‍ ହୋଇଥିଲା। ଫିଫା ମାନ୍ୟତାର ୨ୟ ସ୍ଥାନରେ ରହିଛି ବେଲ୍‍ଜିୟମ ଦଳ। ବେଲ୍‍ଜିୟମ ବିଶ୍ୱକପ୍‍ର ସେମିଫାଇନାଲରେ ପରାସ୍ତ ହୋଇଥିଲା। ସେହିପରି ବିଶ୍ୱକପ୍‍ର କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଥିବା ବ୍ରାଜିଲ୍‍ ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖସି ୩ନଂରେ ରହିଛି। ଫାଇନାଲରେ ପ୍ରବେଶ କରିଥିବା କ୍ରୋଏସିଆ ମାନ୍ୟତାର ୪ର୍ଥ ସ୍ଥାନ ହାସଲ କରିଛି। ପୂର୍ବରୁ କ୍ରୋଏସିଆ ମାନ୍ୟତାର ୨୦ ନଂରେ ରହିଥିଲା। ବିଶ୍ୱକପ୍‍ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିବା ଉରୁଗୁଏ ୯ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୬ଷ୍ଠ ସ୍ଥାନ ହାସଲ କରିଛି। ଫୁଟବଲ ବିଶ୍ୱକପ୍‍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଆର୍ଜେଣ୍ଟିନା ମାନ୍ୟତାର ୧୧ନଂକୁ ଖସିଆସିଛି। ସୂଚନାଥାଉକି ଫିଫା ତରଫରୁ ନୂଆ ଢାଞ୍ଚାରେ ଦଳଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯାଇଛି। ପୂର୍ବରୁ ଏକ ନିର୍ଦିଷ୍ଟ ସମୟକୁ ହିସାବ କରି ଏହି ମାନ୍ୟତା ପ୍ରଦାନ କରାଯାଉଥିବା ବେଳେ ନୂଆ ନିୟମ ଅନୁଯାୟୀ ସେମାନେ ଖେଳିଥିବା ମ୍ୟାଚ୍‍ର ଫଳାଫଳକୁ ନେଇ ମାନ୍ୟତା ପ୍ରଦାନ କରାଯାଉଛି।

Leave A Reply