ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ଫୁଲବାଣୀ :  ଦୀର୍ଘ ଦୁଇବର୍ଷ ପରେ ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଫଳରେ ଗ୍ରାମାଞ୍ଚଳର ଲୋକେ ଖୁସିବ୍ୟକ୍ତ କରିଛନ୍ତି। ଆଜି କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଥିଲା  ।
ଶୁଣାଣି ବେଳେ ଜିଲାପାଳ ଡା. ଵୃନ୍ଦା ଡି., ଏସ ପି. ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ, ଉପ ଜିଲାପାଳ ଶେଷ ଦେବ ମିଶ୍ର, ପ୍ରମୁଖଙ୍କ ସମେତ ବହୁ ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆଜି ପ୍ରାୟ ୨୭ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲା  । ତେବେ କରୋନା  ସଂକ୍ରମଣ ପାଇଁ ଦୁଇ ବର୍ଷ ହେଲା ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ ଆଜି ଆରମ୍ଭ ହୋଇଥିଲା ତେବେ ଆବଶ୍ୟକ ପ୍ରଚାର ପ୍ରସାର ହୋଇପାରିନଥିବା ଯୋଗୁଁ କମ ସଂଖ୍ୟକ ଲୋକ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ  ।

Comments are closed.