MEllora 950×100

ଜିଲାରେ ପ୍ରଥମ ; ଷ୍ଟ୍ରବେରୀ ଚାଷ ପାଇଁ ଚାରା ରୋପଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତର କୁଟିବାରି ଠାରେ ଷ୍ଟ୍ରବେରୀ ଚାଷ ପାଇଁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଜିବୀକା ମିଶନ , ଉଦ୍ୟାନ ବିଭାଗ ଓ ଜଳଛାୟା ବିଭାଗର ମିଳିତ ଉଦ୍ୟମରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ସହ ଜଳଛାୟା ବିଭାଗର ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ କୁମାର ତ୍ରିପାଠି ,ଡିଡିଏଚ ମିହିର କୁମାର ସାମନ୍ତରାୟ ,ଓଡିଶା ଜିବୀକା ମିଶନର ଜିଲା ପ୍ରକଳ୍ପ ପରିଚାଳକ ସନ୍ତୋଷ କୁମାର ରଥ ,ରତଙ୍ଗ ସରପଂଚ ପାର୍ବତୀ ମଳିକ, ଏଏଚଓ ମୋନାଲିସା ପ୍ରଧାନ ,ଏଚଇଡ୍ଲୁ ବିଶ୍ୱଜିତ୍ ସୁବୁଦ୍ଧି , ଏପିଓ ସୁମନ୍ତ କୁମାର ଉଠାଣ ସିଂ , ଫିରିଙ୍ଗିଆ ବିପିଏମ ସଂଗ୍ରାମ କେଶରୀ ସାହୁଙ୍କ ସହ ବ୍ଲକର ସମସ୍ତ ଏମବିକେ,ସିଆରପି ଓ କୁଟିବାରି ଫିରିଙ୍ଗିଆ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଉପସ୍ଥିତ ଥିଲେ। ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ତରଫରୁ ହାତକୁ ନିଆଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ଷ୍ଟ୍ରବେରୀ ଚାରା ରୋପଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି।

Comments are closed.