ବଢ଼ୁଛି ପାରିବାରିକ ହିଂସା: ୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବାମୀଙ୍କ ଦ୍ବାରା ଅତ୍ୟାଚାରିତ ୨୫% ରୁ ଅଧିକ ମହିଳା

ଏମିତି ଏକ ବର୍ଷ ଥିଲା ୨୦୨୦ । ଆଉ ଦିନକ ପରେ ଏହି ବର୍ଷ ଶେଷ ହେବ ଓ ନୂଆ ବର୍ଷ ଆସିବ । ଏହି ବର୍ଷ ମହାମାରୀ ଥିଲା ଖବରର ମୁଖ୍ୟ ଶୀର୍ଷକ । କରୋନା ସଂକ୍ରମଣ, ମୃତ୍ୟୁ ସଂକ୍ରାନ୍ତ ତଥ୍ୟ ଗଣମାଧ୍ୟମରେ ମୁଖ୍ୟ ଶିରୋନାମା ପାଲଟିଥିଲା । ଅନ୍ୟ ଗୁରୁତ୍ବପୂର୍ଣ ଖବର ସତ୍ବେ ଗଣମାଧ୍ୟମରେ ସବୁଠୁ ବେଶୀ ସମୟ ଓ ବେଶୀ ସ୍ଥାନ ନେଇଛି କରୋନା ।

ମାତ୍ର ଏହାମଧ୍ୟରେ ଆଉ ଏକ ଗୁରୁତ୍ବପୂର୍ଣ ଖବର ଦେଶରେ ଏବେ ଚର୍ଚାରେ ହୋଇଛି । ସବୁ ସରକାରୀ ପଦକ୍ଷେପ, ସାମାଜିକ ସଚେତନତା ସତ୍ବେ ଦେଶରେ ବଢ଼ୁଛି ପାରିବାରିକ ହିଂସା । ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ମହିଳାମାନେ ଅତ୍ୟାଚାରିତ ହୋଇଛନ୍ତି । ୭ଟି ରାଜ୍ୟରେ ତ ଏହା ସୀମା ଅତିକ୍ରମ କରିଛି ।  ପଶ୍ଚିମବଙ୍ଗରେ ୨୭% ମହିଳା ସ୍ବାମୀଙ୍କ ଦ୍ବାରା ଅତ୍ୟାଚାରିତ ହେଉଥିବାବେଳେ ଆନ୍ଧ୍ରପ୍ରଦେଶରେ ୩୦%, ଆସାମରେ ୩୨%, ତେଲଙ୍ଗାନାରେ ୩୬.୯%, ମଣିପୁରରେ ୩୯.୬% , ବିହାରରେ ୪୦% ଓ କର୍ଣ୍ଣାଟକରେ ସର୍ବାଧିକ ୪୪.୬% ମହିଳା ସ୍ବାମୀଙ୍କ ଦ୍ବାରା ଅତ୍ୟାଚାରିତ ହୋଇଥିବା ଏନଏଫଏଚଏସ୍ ୨୦୧୯-୨୦ ରିପୋର୍ଟରେ ପ୍ରକାଶ ପାଇଛି ।

 

ଏହି ରିପୋର୍ଟରେ ସମସ୍ତ ରାଜ୍ୟରୁ ତଥ୍ୟ କିମ୍ବା ମହାମାରୀ ଏବଂ ଲକଡାଉନ୍ ସମୟରେ ତଥ୍ୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ରିପୋର୍ଟ ଅନୁଯାୟୀ, ସାତୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୫%ରୁ ଅଧିକ ମହିଳା ନିଜ ସ୍ବାମୀଙ୍କ ଦ୍ବାରା ହିଂସାର ଶିକାର ହୋଇଛନ୍ତି । ସେହିପରି କିଛି ରାଜ୍ୟରେ ଲିଙ୍ଗଅନୁପାତ ସାଂଘାତିକ ଭାବରେ ହ୍ରାସ ପାଇଛି । ଡ଼ାମନଡ଼ିଉରେ ୧୦୦୦ ପୁରୁଷରେ ୮୧୭ ମହିଳା ଥିବାବେଳେ ଗୋଆରେ ଏହି ସଂଖ୍ୟା ୮୩୮, ବିହାରରେ ୯୦୮, ହିମାଚଳ ପ୍ରଦେଶରେ ୮୭୫, ମହାରାଷ୍ଟ୍ରରେ ୯୧୩, ନାଗାଲାଣ୍ଡରେ ୯୪୫,  କେରଳରେ ୯୫୧, ମେଘାଳୟରେ ୯୮୯ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଅଛି ।

Comments are closed.