MEllora 950×100

ବ୍ୟାଙ୍କ ଅଫ ବରୋଦାର ପାର୍ବଣ ଅଫର

ମୁମ୍ବଇ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଷ୍ଟ୍ରାୟତ ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଏହାର ରିଟେଲ ଋଣ ଉପରେ ଅଫର ଘୋଷଣା କରାଯାଇଛି। ଏହି ଅଫର ଗୃହଋଣ ଏବଂ କାର ଋଣ କ୍ଷେତ୍ରରେ ପ୍ରଯୁଜ୍ୟ ହେବ। ବିଓବି ପକ୍ଷରୁ ସଂପ୍ରତି ଗୃହ ଋଣ ଏବଂ କାର ଋଣ ଉପରେ ଯେତିକି ସୁଧ ହାର ପ୍ରଚଳିତ ଅଛି, ତାହା ଉପରେ ୦.୨୫% ଛାଡ ଘୋଷଣା କରାଯାଇଛି। ଏଥିସହିତ ବ୍ୟାଙ୍କ ପକ୍ଷରୁ ଗୃହଋଣ ଉପରେ ପ୍ରକ୍ରିୟାକରଣ ଦେୟ ଛାଡ ଘୋଷଣା ମଧ୍ୟ କରାଯାଇଛି। ଏବେ ବ୍ୟାଙ୍କର ଗୃହଋଣ ଉପରେ ସୁଧହାର ୬.୭୫% ଏବଂ କାର ଋଣ ଉପରେ ସୁଧହାର ୭% ଲାଗୁ କରାଯିବ।

Comments are closed.