କଂଟାବାଞ୍ଜି ବାର ଆସୋସିଏସନ ତରଫରୁ ଯୁବ ଲେଖକଙ୍କୁ ସମ୍ବର୍ଦ୍ଧନା

କଂଟାବାଞ୍ଜି : କଂଟାବଞ୍ଜି ସହରର ଆଶ୍ରମପଡା ସର୍ବ କନିଷ୍ଠ ଲେଖକ ସୁଦୀପ୍ତ ରଞ୍ଜନ ସାହୁ ବିଶ୍ୱ ବ୍ରାଭୋବ୍‍ ଅଫ ରେକର୍ଡ ପାଇଥିବାରୁ ଗୁରୁବାର ଅପରାହ୍ନରେ କଂଟାବାଞ୍ଜି ବାର ଆସୋସିଏସନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ସଭା ବାର ହଲଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାବେ ସମିମ ଅହମ୍ମଦ ଖାନ, ଦାମୋଦର ସାହୁ ମଂଚାସୀନ ଥାଇ ସୁଦୀପ୍ତଙ୍କୁ ଏକ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସୁଦୀପ୍ତ ଲେଖିଥିବା ଇଂରାଜୀ ପୁସ୍ତକ ସାରତତ୍ୱ ଓ ଏହାର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ବିଷ୍ଣୁ ପ୍ରସାଦ ଶର୍ମା, ମୋହନ ଶର୍ମା, ଦୁଃଖିଶ୍ୟାମ ଗୁରୁ, ବିଜୟ ମିଶ୍ର, ପୁର୍ଶୁ ସଗ୍ରିଆ ସହଦେବ ନାଗ, ବୃନ୍ଦାବନ ରାଉତ, ବ୍ରଜ ଶ୍ୟାମ ଗୁରୁଙ୍କ ସହ ବହୁ ଆଇନଜୀବି ଉପସ୍ଥିତ ଥିଲେ।

Comments are closed.