କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା

ପିପିଲି: ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ମିର୍ଜା ସାହିଲ ଅଲ୍ଲୀ ବେଗ୍‍ ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷାରେ ୯୨.୧୬ ପ୍ରତିଶତ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବାରୁ ପିପିଲି ଗୁରୁକୂଳ ଛାତ୍ରାବାସ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗୁରୁକୂଳ ଛାତ୍ରାବାସର ମୁଖ୍ୟ ଶିକ୍ଷାବିତ୍‍ ରସାନନ୍ଦ ପ୍ରଧାନ, ଶିକ୍ଷାବିତ୍‍ ବିବେକାନନ୍ଦ ଦାସ, ମିଟୁକିଶୋର ପ୍ରଧାନ, ଅସିତ ପଣ୍ଡା, ଦୀପକ କୁମାର ସାହୁ, ଯୋଗେନ୍ଦ୍ର ପ୍ରସାଦ ଗିରିଶର୍ମା ପ୍ରମୁଖ ସାହିଲଙ୍କ ସମେତ ତାଙ୍କ ପିତା ମିର୍ଜା ନୌସାଦ ଅଲ୍ଲୀ ବେଗ୍‍ ଓ ମାତା ସାବ୍‍ନା ଅଜ୍‍ମିଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିବା ସହ ସାହିଲଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହା ସହ ଗୋବିନ୍ଦପୁର ହାଇସ୍କୁଲର ସର୍ବୋଚ୍ଚ ନମ୍ବର ରଖି ଏ-୧ ଗ୍ରେଡ୍‍ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଅନନ୍ୟା ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Comments
Loading...