ହରଭଙ୍ଗା ତହସିଲ ପକ୍ଷରୁ ମାଟ୍ରିକ ଟପ୍ପର ମଧୁସୂଦନଙ୍କୁ ପ୍ରଶଂସାପତ୍ର 

ହରଭଙ୍ଗା: ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୫୫୨ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଥିବା ଚାଷୀ ପରିବାରର ପୁଅ ମଧୁସୁଦନଙ୍କୁ ହରଭଙ୍ଗା ତହସିଲ ପକ୍ଷରୁ ଶୁକ୍ରବାର ପ୍ରଂଶସାପତ୍ର ପ୍ରଦାନ କରାଯାଇଛି। ତହସିଲ ପକ୍ଷରୁ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ପ୍ରଂଶସା ପତ୍ର ପ୍ରଦାନ କରାଯାଇଥିଲା। ମେଧାବୀ ଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ନିଜେ ତହସିଲଦାର ଶମ୍ଭୁ ଭୁଷଣ ମିଶ୍ର ବ୍ୟକ୍ତିଗତ ଭାବେ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତହସିଲଦାରଙ୍କ ସହିତ ଅତିରିକ୍ତ ତହସିଲଦାର ହରିଓମ ଭୋଇଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

ସୂଚନା ଥାଉ କି, ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଘଟଂପାଲ୍ଲୀ ଭଳି ଏକ ମଫସଲ ଗ୍ରାମର ଚାଷୀ ଗଜେନ୍ଦ୍ର ପ୍ରଧାନଙ୍କ ବଡପୁଅ ମଧୁସୂଦନ ପ୍ରତିକୂଳ ପରିସ୍ଥିତି ସତ୍ୱେ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ଜିଲ୍ଲାର ଟେକ ରଖିବା ସହିତ ନିଜ ସ୍କୁଲ ଏବଂ ଜନ୍ମମାଟିକୁ ଗୌରାବନ୍ୱିତ କରିପାରିଛନ୍ତି।

Comments are closed.