ବୁଦ୍ଧ ପୂର୍ଣ୍ଣିମା

ପୂଜ୍ୟ ପ୍ରଣାମ

ବୁଦ୍ଧ ପୂର୍ଣ୍ଣିମାର ତାତ୍ପର୍ଯ୍ୟ ହେଉଛି ଏହି ଦିନ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ। ତା’ ସହ ସେହିଦିନ ବୁଦ୍ଧତ୍ବ ପ୍ରାପ୍ତ ହେବା ସଙ୍ଗେସଙ୍ଗେ ନିର୍ବାଣ ମଧ୍ୟ ପ୍ରାପ୍ତ ହୋଇଥିଲେ। ‘ନିର୍ବାଣ’ ହିଁ ଚିରଶାନ୍ତି। ବୌଦ୍ଧ ପରମ୍ପରାରେ ପର୍ବପର୍ବାଣି ଓ ଆଡ଼ମ୍ବର ଖୁବ୍ କମ୍। ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ବର୍ଷର ଏହି ବାରଟି ଯାକ ପୂର୍ଣ୍ଣିମା ପୁଣ୍ୟ ତିଥି। ସେମାନେ ସାଧାରଣତଃ ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ଓ ସୂ​‌େ​‌ର୍ଯ୍ୟାଦୟ ପୂର୍ବରୁ କିଛି ଖାଆନ୍ତିନି। ପ୍ରତି ପୂର୍ଣ୍ଣିମାରେ ସନ୍ଧ୍ୟାପରେ ସେମାନେ ଉପବାସ କରନ୍ତି ଏବଂ ପ୍ରାର୍ଥନା, ଧ୍ୟାନ ସହ ସ୍ବତନ୍ତ୍ର ଉପାସନା ମଧ୍ୟ କରନ୍ତି। ବୁଦ୍ଧ ଦେବଙ୍କ ସାଧନାର ସିଦ୍ଧି ପ୍ରାପ୍ତି ଅଢ଼େଇ ହଜାର ବର୍ଷରୁ ଅଧିକ ସମୟ ହେବ। ସବୁ ପୂର୍ଣ୍ଣମୀ ତିଥି ମଧ୍ୟରୁ ବୁଦ୍ଧ ପୂର୍ଣ୍ଣିମା ବା ବୈଶାଖ ପୂର୍ଣ୍ଣିମା ବୌଦ୍ଧଧର୍ମାବଲମ୍ବୀଙ୍କ ପାଇଁ ଶ୍ରେଷ୍ଠ ପୂର୍ଣ୍ଣମୀ ବୋଲି ପରିଗଣିତ।

Comments are closed.