ରାମକୃଷ୍ଣ କୁଟୀରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କଟକ :  କଟକ ବଙ୍ଗାଳି ସାହିସ୍ଥିତ ରାମକୃଷ୍ଣ କୁଟୀରରେ ସୋମବାର ଅପରାହ୍ନରେ ବରିଷ୍ଠ ନାଗରିକ ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ସଂଗଠନ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଭାପତି ଦୀପକ କୁମାର ଗୁପ୍ତାଙ୍କ ଅଧ୍ୟକ୍ଷତାରେ କରୋନା ଯୋଦ୍ଧା ଡାକ୍ତର, ଗଣମାଧ୍ୟମ ପ୍ରତିନିଧି ତଥା ସାମାଜିକ ଅନୁଷ୍ଠାନ ସମ୍ପର୍କ ଫାଉଣ୍ଡେସନର ସଭାପତି ସୁବାଶିଷ ମହାପାତ୍ର, ଏବଂ ସମ୍ପାଦିକା ସୁଶ୍ରୀ ପ୍ରଜ୍ଞାଜ୍ୟୋତି ଦାସଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଶୋର ଚନ୍ଦ୍ର ଦାସ, ବିଦୁତ କୁମାରୀ ଲାଲା, ଦେବ ରଞ୍ଜନ ଷଡ଼ଙ୍ଗୀ, କୃଷ୍ଣ ଚନ୍ଦ୍ର ପ୍ରଧାନ, ପ୍ରଦୀପ ନନ୍ଦୀ, ରାଧେଶ୍ୟାମ ସ୍ୱାଇଁ, ପ୍ରଦୀପ୍ତ କୁମାର ତରାଇ, ଶରତ ଚନ୍ଦ୍ର ଦାଶ, ଅଶୋକ କୁମାର ଦାସ, ସୁବାଷ ଚନ୍ଦ୍ର ସାହୁ, ଓ ଗୋକୁଳାନନ୍ଦ ପଟ୍ଟନାୟକ ପ୍ରମୁଖ କରୋନା ଯୋଦ୍ଧାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ  ରଂଜିତ କୁମାର ସାହୁ, ସମ୍ପାଦକ ସୁକାନ୍ତ କୁମାର ବିଶୋଇ, ଏବଂ ରାମକୃଷ୍ଣ କୁଟୀରର ସ୍ଥାୟୀ ସଭାପତି ତଥା ବରିଷ୍ଠ ପୂର୍ବତନ ପ୍ରଶାସକ  ପଦ୍ମନାଭ ସାମଲ ପରିଚାଳନା କରିଥିଲେ ।

 

Comments are closed.