କଟକରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କଟକ : ପବିତ୍ର ଇଦୁଲ ଫିତର ଅବସରରେ କଟକ ମହାନଗର ନିଗମ ଅନ୍ତର୍ଗତ ୨୬ ନଂ ୱାର୍ଡରେ କରୋନା ଯୁଦ୍ଧର ପ୍ରକୃତ ଯୋଦ୍ଧା ତଥା କଟକ ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
୨୬ ନମ୍ବର ୱାର୍ଡର କଂଗ୍ରେସ ସଭାପତି ମୀର ମୁଜାଫର ଅଲ୍ଲୀ ନିଜର ଏବଂ ନିଜ ପରିବାରର ପବିତ୍ର ଇଦରେ ଖର୍ଚ୍ଚ କରିବାକୁୁ ଥିବା ଟଙ୍କାକୁ ଏଥିପାଇଁ ଖର୍ଚ୍ଚ କରି ଉଦାହରଣ ପାଲଟିଛନ୍ତି ।
ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ନାଗରିକ ତଥା ବିଶିଷ୍ଟ ସମାଜସେବୀ ଦୀପକ କୁମାର ଗୁପ୍ତା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ପରିକ୍ଷିତ ପଣ୍ଡା, ମା ବଗଳା ମନ୍ଦିରର ସଭାପତି ବିବେକାନନ୍ଦ ପାତ୍ର, ସମ୍ପାଦକ ଭବାନୀ ଶଙ୍କର ମହାରଣା, ସମାଜସେବୀ ଅଭିମନ୍ୟୁ ଭୂୟାଁ ଓ ମିନର୍ଭା ଭୂୟାଁ, ବସନ୍ତ କୁମାର ଦାସ, ଟୁନା ମହାନ୍ତି, ସୁକାନ୍ତ ବିଶୋଇ, ଗଣେଷ ମହାରଣା ଓ ପୂର୍ବତନ କାଉନସିଲର କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁକ ଉପସ୍ତିତ ରହି କରୋନା ଯୋଦ୍ଧାଙ୍କୁ ଉତ୍ତରୀୟ, ଫୁଲତୋଡା, ମାସ୍କ ଓ ସିମେଇ ପ୍ୟାକେଟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ସଚେତନ ରହିବା, ସହ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଶେଷରେ ସମାଜସେବୀ ସଂଜୟ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.