ବିଡିଓଙ୍କୁ କରୋନା ଯୋଦ୍ଧା ସମ୍ମାନ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଳକର ବିଡିଓ ପ୍ରବୀଣ କୁମାର ବାଣୁଆଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଛନ୍ତି କନ୍ଧମାଳ ଜିଲା ପବ୍ଳିକ୍ ରାଇଟ୍ ଆସୋସିଏସନ୍। ବ୍ଳକ କାର୍ଯ୍ୟାଳୟଠାରେ ଆସୋସିଏସନର କର୍ମକର୍ତ୍ତାମାନେ ପହଞ୍ଚି ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଳକର ବହୁ କର୍ମଚାରୀଙ୍କ ସମେତ ପବ୍ଳିକ୍ ରାଇଟ୍ ସଂଘର ଜିଲା ଲିଗାଲସେଲ୍ ସଂପାଦକ ଏନ୍.ଗୋପାଳ ରାଓ, ଜିଲା ସଭାପତି ଜଗନ୍ନାଥ ସାହାଣୀ, ଜିଲା ୟୁଥ୍ ସେଲ୍ ମୁଖ୍ୟ ଆଲୋକ ନାୟକ, ଜିଲା ମିଡ଼ିଆ ସେଲର କୃଷ୍ଣୁଚନ୍ଦ୍ର ବେହେରା, ବ୍ଳକ ସଭାପତି ଆଦିତ୍ୟ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.