ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ୩ ପ୍ରତିଭା ସମ୍ବର୍ଦ୍ଧିତ

ବାଙ୍କୀ  : ଗାନ୍ଧୀ ଜୟନ୍ତି ଅବସରରେ କଟକ ସ୍ଥିତ ଦି ଲିଙ୍କ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନର ପ୍ରତିଷ୍ଠା ଉତ୍ସବ ଅବସରରେ ବାଙ୍କୀର ୩ଜଣ ପ୍ରତିଭାଧର ସମ୍ବର୍ଦ୍ଧିତ ହୋଇଛନ୍ତି । ଢଁସର ଗ୍ରାମର ଅଭୟପାଦ ଅଧ୍ୟାତ୍ମିକ ସଂସ୍କୃତି ପରିଷଦର ସମ୍ପାଦକ ସୁଦର୍ଶନ ସାହୁ, ବାଙ୍କୀ ଚର୍ଚ୍ଚିକା ସାରସ୍ୱତ ସଂସଦର ସମ୍ପାଦକ ତଥା ସାମ୍ବାଦିକ  ଗୌରାଙ୍ଗ ବେହେରା, ବନ୍ଦାଳ ଗ୍ରାମର ବିଶିଷ୍ଟ ଯୁବ ସମାଜସେବୀ ବିକ୍ରମ କେଶରୀ ସାମନ୍ତସିଂହାରଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ଚିକିତ୍ସାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏକନିଷ୍ଠ ସମାଜସେବା, ସାମ୍ବାଦିକତା ଓ ଅଂଚଳର କଳା, ସାହିତ୍ୟଏବଂ ସଂସ୍କୃତିକୁ ଉଦ୍ଜିବିତ ରଖିବାରେ ଆନୁଷ୍ଠାନିକ କାର୍ଯ୍ୟଦକ୍ଷତା ପାଇଁ ଏହି ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଚକ୍ଷୁ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଆଲୋକ କୁମାର ସାହୁଙ୍କ ସଂଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଚୌଦ୍ବାର-କଟକ ବିଧାୟକ ସୈାଭିକ୍ ବିଶ୍ୱାଳ, ସମ୍ମାନିତ ଅତିଥି ଭାବରେ ଡାକ୍ତର ସରୋଜ କୁମାର ତ୍ରିପାଠୀ, ଡାକ୍ତର ସୁକାନ୍ତ ଦାସ, କଟକ ଜିଲ୍ଲା ଏଡିଏମ୍ ବିଜୟ କୁମାର ଖଣ୍ଡାୟତରାୟ, ନେହେରୁ ଯୁବ କେନ୍ଦ୍ର ଆଂଚଳିକ ନିର୍ଦ୍ଦେଶକ ନବୀନ କୁମାର ନାୟକ, ପୂର୍ବତନ ଓକିଲ ସଂଘ ସଭାପତି ଗୋପାଳକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.