ବିଜେପିର ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’; ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୬ ହଜାରରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ବଂଟନ

ଭୂବନେଶ୍ୱର: ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଖାଦ୍ୟ ଅଭାବ ଦୂର କରିବା ପାଇଁ ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ ଆରମ୍ଭ ହୋଇଛି। ଏହି ଯୋଜନା କାର୍ଯ୍ୟକ୍ରମ ଜରିଆରେ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି।

ଗତ ୫ ଦିନ ହେଲାଣି ବିଜେପି କାର୍ଯ୍ୟକର୍ତାମାନେ ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମରେ ଯୋଗ ଦେଇ ବର୍ତମାନ ସୁଦ୍ଧା ରାଜ୍ୟର ୧୦୫ ଟି ବିଧାନସଭା ନିର୍ବାଚନମଣ୍ଡଳୀ,  ୨୧୮ଟି ବ୍ଲକ ଓ ପୈାରପାଳିକାରେ ବାସ କରୁଥିବା ୨୬ ହଜାରରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ୮୨୫୦ରୁ ଉର୍ଦ୍ଧ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଂଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବା ସହ କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଖୀଜନ, ନିସ୍ୱ ଗରୀବଙ୍କୁ ବିଜେପି କାର୍ଯ୍ୟକର୍ତା ଖାଦ୍ୟାନ୍ନ ବଂଟନ କରିବେ। ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇଛନ୍ତି।

ରାଉରକେଲା, ଭୁବନେଶ୍ୱର, ପୁରୀ ଜିଲ୍ଲାର ନିମାପଡା, ଗୋପ, ବ୍ରହ୍ମଗିରି; ଗଂଜାମ ଜିଲ୍ଲା ବ୍ରହ୍ମପୁର, ଗୋପାଳପୁର, କବିସୂର୍ଯ୍ୟନଗର, ଦିଗପହଣ୍ଡି; ବାଲେଶ୍ୱର ସହର ସମେତ ଜିଲ୍ଲାର ରେମୁଣା, ଜଳେଶ୍ୱର; କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜନଗର; ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ବେଗୁନିଆ, ଜଟଣୀ ଓ ବୋଲଗଡ ନିର୍ବାଚନମଣ୍ଡଳୀ; ଜଗତସିଂହପୁର ଜିଲ୍ଲାର ଏରସମା-ବାଲିକୁଦା, ପାରଦ୍ୱୀପ; କଟକ ଜିଲ୍ଲା ଆଠଗଡ, ବଡମ୍ବା, କନ୍ଦରପୁର, ବୈଳାଇଶିମୈାଜା, ସାଲେପୁରର ବିଭିନ୍ନ ଅଂଚଳରେ ଖାଦ୍ୟ ସାମଗ୍ରୀ ସହ ସଫେଇ କର୍ମଚାରୀମାନଙ୍କୁ ଚା, ଜଳପାନ, ମାସ୍କ, ସାନିଟାଇଜର ଆଦି ବଂଟନ କରିଥିଲେ। ବଂଟନ କରାଯାଇଛି।

ସେହିପରି ମୟୁରଭଞ୍ଜ ଜିଲ୍ଲାର ବାରିପଦା, ଉଦଳା; ସମ୍ବଲପୁର ଜିଲ୍ଲାର ସହର ସମେତ ବୁର୍ଲା; କେନ୍ଦୁଝର ଜିଲ୍ଲା ଚଂପୁଆ, ବଡବିଲ; କଟକ, ନୟାଗଡ, ରାୟଗଡା, ନୂଆପଡା, ଅନୁଗୁଳ, ଢେଙ୍କାନାଳ ବରଗଡ, କୋରାପୁଟ, ଯାଜପୁର, ସୁବର୍ଣ୍ଣପୁର, ଭଦ୍ରକ, ସୁନ୍ଦଋଗଡ, ଝାରସୁଗୁଡା ଜିଲ୍ଲାରେ ସ୍ଥାନୀୟ ନେତୃବୃନ୍ଦଙ୍କ ତତ୍ୱାବଧାନରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ ବଂଟନ କରାଯାଇଛି।

କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି। ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।

Comments are closed.