+୩ ବଳକା ସିଟ୍‌ ପାଇଁ ଆଜି ସରିବ ଫି’ ଦାଖଲ

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୨୯ ଡିଗ୍ରୀ ମହାବିଦ୍ୟାଳୟରେ ଖାଲିଥିବା ବଳକା ସିଟ୍‌ ପାଇଁ ନାମଲେଖା ଆସନ୍ତା ୨୩ରୁ ଆରମ୍ଭ ହେବ। ଚଳିତ ମାସ ୯ ତାରିଖରେ ଖାଲିଥିବା ସିଟ୍‌ ତାଲିକା ପ୍ରକାଶ ପାଇଥିଲା। ୧୦ରୁ ୧୩ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ୧୭ ତାରିଖରେ ମହାବିଦ୍ୟାଳୟ ପକ୍ଷରୁ ମେଧା ତାଲିକା ପ୍ରକାଶ ପାଇବା ସହ ବିଦ୍ୟାର୍ଥୀଙ୍କ ତଥ୍ୟ ଇ-ସ୍ପେସ୍‌ରେ ଅପଲୋଡ୍‌ କରାଯାଇଛି। ଛାତ୍ରଛାତ୍ରୀ ଆଜି ରାତି ୧୧ଟା ୪୫ ପର୍ୟ୍ୟନ୍ତ ସାମ୍ସ ଷ୍ଟୁଡେଣ୍ଟ ଲଗ୍‌ଇନ୍‌ କରି ସେମାନଙ୍କର ଫି ଦାଖଲ କରିପାରିବେ। ଆସନ୍ତା ୨୩ରୁ୨୭ ପର୍ୟ୍ୟନ୍ତ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କର ନାମଲେଖା ଅନୁଷ୍ଠିତ ହେବ। ୨୭ ନଭେମ୍ବର ସୁଦ୍ଧା ନାମଲେଖା ଶେଷ କରି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କର ତାଲିକା ଇ-ସ୍ପେସ୍‌ରେ ଅପଲୋଡ୍‌ କରିବେ।

Comments are closed.