ପାକିସ୍ତାନ ଘଟାଇଥିଲା ପୁଲୱାମା ବିସ୍ଫୋରଣ: ସଂସଦରେ ସ୍ୱୀକାର କଲେ ମନ୍ତ୍ରୀ ଫୱାଦ ହୁସେନ୍

ଇସଲାମାବାଦ : ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିଜର ହାତ ଥିବା ପାକିସ୍ତାନ ଶେଷରେ ସ୍ୱୀକାର କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତ୍ରୀ ଫୱାଦ ହୁସେନ୍ ପାକ୍ ସଂସଦରେ ହୋଇଥିବା ଏହି ଆକ୍ରମଣକୁ  ଇମ୍ରାନ ଖାଁଙ୍କ ସରକାରର ବଡ଼ ଉପଲବ୍ଧି ବୋଲି ବର୍ଣ୍ଣନା କରିଛନ୍ତି ।
ଏହାପୂର୍ବରୁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସଂପର୍କରେ ପାକିସ୍ତାନ ସ୍ୱୀକାର କରି କହିଥିଲା ଯେ ଧରାପଡିବା ସେ ଭୟଭୀତ ଥିଲା। ପାକିସ୍ତାନର ସାଂସଦ ଆୟାଜ ସାଦିକ ତାଙ୍କ ଦେଶର ସଂସଦରେ ପ୍ରକାଶ କରିଛନ୍ତି ଯେ, ଯଦି ଅଭିନନ୍ଦନଙ୍କୁ ମୁକ୍ତ କରା ନ ଯାଏ ତେବେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ଆଶଙ୍କା ଥିଲା । ତେଣୁ ଅଭିନନ୍ଦନଙ୍କୁ ତରବରିଆ ଭାବରେ ମୁକ୍ତ କରି ଦିଆଗଲା ।

 

Comments are closed.