ସ୍ମାର୍ଟ ମିଟର ସ୍ଥାପନ କରିବା ଫେଡ୍‍କୋ ; ଅଷ୍ଟ୍ରେଲିଆର ‘ଭିଲେଜ୍ ଏନର୍ଜି’ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଫିଡ୍‍ବ୍ୟାକ୍‍ ଏନର୍ଜି ଡିଷ୍ଟ୍ରିବ୍ୟୁସନ କମ୍ପାନୀ (ଫେଡ୍‍କୋ)ର କାରବାର ଅଞ୍ଚଳରେ ସ୍ମାର୍ଟ ମିଟର ଓ ଡିମାଣ୍ଡ୍‍-ସାଇଡ୍‍ ମ୍ୟାନେଜମେଂଟ୍‍ (ଡିଏସ୍‍ଏମ୍‍) ସ୍ଥାପନ କରିବା ଲାଗି କମ୍ପାନୀ ପକ୍ଷରୁ ଅଷ୍ଟ୍ରେଲିଆର ସଂସ୍ଥା “ଭିଲେଜ ଏନର୍ଜି’ ସହିତ ବୁଝାମଣାପତ୍ର  ସ୍ୱାକ୍ଷର କରାଯାଇଛି। ଏହି ବୁଝାମଣା ଅନୁସାରେ, ଫେଡ୍‍କୋ ପରିଚାଳନା ଅଧୀନରେ ଥିବା ଗ୍ରାମାଞ୍ଚଳରେ ଉତମ ଗ୍ରାହକ ସେବା ପାଇଁ ଭିଲେଜ୍‍ ଏନର୍ଜି ପକ୍ଷରୁ ପରବର୍ତି ପିଢ଼ିର ପ୍ରଯୁକ୍ତି ସହିତ ସ୍ମାର୍ଟ ମିଟର ସ୍ଥାପନ କରାଯିବ। କମ୍ପାନୀ ପକ୍ଷରୁ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ପ୍ରିମିୟର ଶ୍ରୀଯୁକ୍ତ ମାର୍କ ମ୍ୟାକ୍‍ଗୋୱାନ ଓ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟ୍‍ ଖେଳାଳୀ ଶ୍ରୀଯୁକ୍ତ ଆଦାମ ଗିଲ୍‍ଖ୍ରିୀଷ୍ଟ୍‍ଙ୍କ ଉପସ୍ଥିତିରେ ଗତ ସପ୍ତାହରେ ବୁଝାମଣାପତ୍ର  ଆଦାନପ୍ରଦାନ କରାଯାଇଛି। ଫିଡ୍‍ବ୍ୟାକ୍‍ ଇନ୍‍ଫ୍ରାର ୧୦୦% ସହଯୋଗୀ ସଂସ୍ଥା ଫେଡ୍‍କୋ ପକ୍ଷରୁ ଓଡ଼ିଶା ଓ ମେଘାଳୟର ବିଭିନ୍ନ ଅଞ୍ଚଳରେ ଗ୍ରାହକମାନଙ୍କୁ ବିଦ୍ୟୁତ ପ୍ରଦାନ କରାଯାଉଛି।

ଫେଡ୍‍କୋ ତରଫରୁ ପରୀକ୍ଷାମୂଳକ ପର୍ଯ୍ୟାୟ ଆରମ୍ଭ କରାଯିବ ଯେଉଁଥିରେ ଏକ ସିଙ୍ଗଲ୍‍ ଫିଡର୍‍ ବ୍ୟବସ୍ଥାରେ ଡିଷ୍ଟ୍ରିବ୍ୟୁଟସନ ଟ୍ରାନ୍ସଫର୍ମର (ଡିଟିଆର) ରେ ଭିଲେଜ୍‍ ଏନର୍ଜି ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରାଯିବ। ପ୍ରତିଟି ଏଲ୍‍ଭି ସଂଯୋଗ ଓ ଯୋଗାଣ ପଏଂଟ୍‍ରେ ଭିଲେଜ୍‍ ଏନର୍ଜି ସ୍ମାର୍ଟ ମିଟର୍‍ ଏବଂ କଂଟ୍ରୋଲ୍‍ ଉପକରଣ(ଭେଡା) ସ୍ଥାପନ ଓ ପରିଚାଳନା କରାଯିବ। ଭିଲେଜ୍‍ ଏନର୍ଜି ପକ୍ଷରୁ ଉତମ ଶକ୍ତି ପ୍ରଦାନ ମଡେଲ୍‍ ପାଇଁ ପ୍ରଯୁକ୍ତିକୁ ବ୍ୟବହାର କରାଯାଉଛି। ଭିଲେଜ୍‍ ଏନର୍ଜିର ପ୍ଲାଟଫର୍ମ ଆଧାର ସ୍ତରରେ ଭରସା ସ୍ଥାପନ କରୁଛି ଏବଂ ବିବିଧ ଶକ୍ତି ଉତ୍ସରେ ଶକ୍ତି ଖର୍ଚରେ ଉନ୍ନତି ଆଣୁଛି। ଏହା ଏକ ସ୍ମାର୍ଟ ଉପକରଣ ସ୍ଥାପନ କରିବ ଯାହା ଚାହିଦାକୁ ପ୍ରଭାବଶାଳୀ ଢ଼ଙ୍ଗରେ ପରିଚାଳନା କରିବ। ଗ୍ରାହକ ଉଲ୍ଲାସ ଦିଗରେ ଏକ ବୈପ୍ଳବିକ ପଦକ୍ଷେପ ଏବଂ ଗ୍ରାମୀଣ ଗ୍ରାହକଙ୍କ ପାଇଁ ପ୍ରଯୁକ୍ତିକୁ ବାସ୍ତବ ସମୟରେ ଲାଗୁ କରିବା ଦିଗରେ ଏହା ଏକ ପଦକ୍ଷେପ ଆମର ବିଶ୍ୱାସ ରହିଛି ଯେ ଏହି ପ୍ରଯୁକ୍ତି ବ୍ୟବହାର ଦ୍ୱାରାଗ୍ରାମାଞ୍ଚଳରେ ରହୁଥିବା ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ସେବାର ଖର୍ଚ୍ଚ ହ୍ରାସ ପାଇବ କିନ୍ତୁ ଗ୍ରାହକ ସେବାରେ କୌଣସି ପ୍ରକାର ସାଲିସ ହେବନାହିଁ  ଫେଡକୋର ନିର୍ଦେଶକ ଦେବତୋଷ ଚର୍ତୁବେଦୀ କହିଥିଲେ।

 

Comments are closed.