ବନାଗ୍ନି ଭୟରେ ଗାଁ ମୁହାଁ ବନ୍ୟଜନ୍ତୁ, ଗ୍ରାମରୁ କୁଟୁରା ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ବଡ଼ ଧନୁର୍ଜୟପୁର ଗ୍ରାମରେ ଆଜି ମଧ୍ୟାହ୍ନରେ ଗାଁ ଭିତରକୁ ପଶି ଆସିଥିବା ଗୋଟିଏ କୁଟୁରାକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ପାଣି ପାଇଁ ଓ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ବନ୍ୟଜନ୍ତୁମାନେ ଏବେ ଗାଁ ମୁହାଁ ହେଉଥିବାବେଳେ ଏହି କୁଟୁରାଟି ଜଣଙ୍କ ଘରବାଡିରେ ପଶି ଯାଇଥିଲା । ଏହା ଦେଖି ଲୋକେ ପାଟଣା ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି କୁଟୁରାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି । ତେବେ କୁଟୁରାର ପ୍ରାଥମିକ ଚିକିତ୍ସା ପରେ ବନ ବିଭାଗ ତାକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଜଣାପଡିଛି।

Comments are closed.