ଅକ୍ଟୋବର ଏକ ତାରିଖରୁ ଫେସ୍‌ବୁକ୍‌ରୁ ହଟିବ ଏହି ଜିନିଷ

ନୂଆଦିଲ୍ଲୀ – ଅକ୍ଟୋବର ଏକ ତାରିଖରୁ ଫେସ୍‌ବୁକ୍‌ରୁ ଲାଇଭ୍‌ ସପିଂ ଅପସନ୍‌ ହଟାଇଦିଆଯିବ । ମେଟା ନାମରେ ନାମତ ଫେସ୍‌ବୁକ୍‌ର ପରିଚାଳନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ଏବେ ଫେସ୍‌ବୁକ୍‌ ଅଧିକ ରିଲସ୍‌ ଏବଂ ଇନଷ୍ଟାଗ୍ରାମ ଉପରେ ଗୁରୁତ୍ୱ ଦେବ । ଏବେ ଲୋକ ଏବଂ ଗ୍ରାହକମାନଙ୍କର ଭିଡିଓ ଦେଖିବାର ତରିକାରେ ପରିବର୍ତ୍ତନ ହେଉଥିବାରୁ କମ୍ପାନୀ ବେଶି ତାହାରି ଉପରେ ଗୁରୁତ୍ୱ ଦେବ ।

ଫେସ୍‌ବୁକ୍‌ ବ୍ୟବହାରକାରୀମାନେ ନିଜର ଇଭେଣ୍ଟକୁ ଫେସ୍‌ବୁକ୍‌ରେ ଲାଇଭ୍‌ କରିପାରିବେ । ମାତ୍ର ସେମାନେ ସେମାନଙ୍କ ପ୍ରଡକ୍ଟ ବା ଉତ୍ପାଦକୁ ଏଥିରେ ଟ୍ୟାଗ କରିପାରିବେ ନାହିଁ । ଅକ୍ଟୋବର ଏକ ତାରିଖରୁ ଉତ୍ପାଦର ପ୍ଲେ ଲିଷ୍ଟ ତିଆରି କରାଯାଇ ପାରିବ ନାହିଁ । ଏହା ସହ ଫେସ୍‌ବୁକ୍‌ ଭବିଷ୍ୟତରେ ଅନେକ କିଛି ନୂଆ ଅପସନ୍‌ ଆଡ୍‌ କରିବା ପାଇଁ ଲକ୍ଷ୍ୟ ରଖିଛି ।

Comments are closed.