ଝିଅ ମାନଙ୍କ ଖାଦ୍ୟ ପସନ୍ଦରୁ ଜାଣନ୍ତୁ ନିଜ ଜୀବନସାଥି ପ୍ରତି ସେମାନଙ୍କର ସ୍ୱଭାବ

ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। କିଛି ଲୋକଙ୍କୁ ଖଟା-ମିଠା, ତ କିଛି ଲୋକଙ୍କୁ ଚଟପଟା ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ସଭିଏଁ ହୁଏତ ଜାଣିନଥିବେ ଯେ, କୌଣସି ବ୍ୟକ୍ତିଙ୍କର ଖାଦ୍ୟର ପସନ୍ଦକୁ ନେଇ ସେମାନଙ୍କ ପ୍ରେମ ବନ୍ଧନ ବିଷୟରେ ଜାଣି ହୁଏ। ଜାଣନ୍ତୁ ଝିଅ ମାନଙ୍କର ଖାଦ୍ୟଦ୍ରବ୍ୟର ପସନ୍ଦରୁ ସେମାନଙ୍କର ଭଲ ପାଇବା ବିଷୟରେ ….
ଆଇସକ୍ରିମ –
ଆଇସକ୍ରିମର ନାଁ ଶୁଣି ସଭିଁଙ୍କୁ ଏହା ଖାଇବାକୁ ଇଚ୍ଛା ହୋଇଥାଏ। ବିଶେଷ କରି ଝିଅ ମାନଙ୍କୁ ଏହା ଖୁବ ପସନ୍ଦ। ଅଧିକାଂଶ ଝିଅଙ୍କୁ ଚକୋଲେଟ, ଷ୍ଟବେରୀ ଆଇସକ୍ରିମ ଖାଇବାକୁ ଭଲ ଲାଗିଥାଏ। ଏପରି ଝିଅମାନେ ସ୍ୱଭାବରେ ରୋମାଣ୍ଟିକ ଓ ଚଞ୍ଚଳ ଅଟନ୍ତି।
କଫି –
କଫି ପିଇବାକୁ ପସନ୍ଦ କରୁଥିବା ଝିଅମାନଙ୍କ ସ୍ୱଭାବ ମଧ୍ୟ ରୋମାଣ୍ଟିକ। ନିଜ ଜୀବନସାଥିଙ୍କ ପ୍ରତି ସଚ୍ଚୋଟ ରହିଥାଆନ୍ତି। ଟଙ୍କାପଇସା ଖର୍ଚ୍ଚ କରିବାକୁ ମଧ୍ୟ ଖୁସି ହୋଇଥାଆନ୍ତି।
ଚକୋଲେଟ –
ଚକୋଲେଟ ଖାଇବାକୁ ମଧ୍ୟ ଝିଅ ମାନଙ୍କୁ ଖୁବ ପସନ୍ଦ। ଏପରି ଝିଅମାନଙ୍କ ମନ ଖୁବ କୋମଳ ହୋଇଥାଏ। ମୂଲ୍ୟହୀନ କଥା କହି ନଥାଆନ୍ତି। ନିଜ ଜୀବନସାଥିଙ୍କୁ ସର୍ବଦା ବିଶ୍ୱାସ କରିବା ସହ ସମର୍ଥନ ମଧ୍ୟ କରିଥାଆନ୍ତି।
ମିଠାଦ୍ରବ୍ୟ –
ମିଠା ଖାଇବାକୁ ପସନ୍ଦ କରୁଥିବା ଝିଅମାନେ ଛୋଟ ଛୋଟ କଥାରେ କ୍ରୋଧ କରିଥାଆନ୍ତି। ମାତ୍ର ନିଜ ଜୀବନସାଥିଙ୍କୁ ଏମାନେ ଖୁବ ଭଲ ପାଆନ୍ତି।

Comments are closed.