ଉତ୍ତରାଖଣ୍ଡରେ ଫତଓ୍ୱାକୁ ନିଷେଧ କଲେ ହାଇକୋର୍ଟ

0

ଡେରାଡୁନ୍‌.- ଉତ୍ତରାଖଣ୍ଡରେ ଏବେ ଫତଓ୍ୱା ଜାରି କରିବା ବେଆଇନ୍‌। ପତଓ୍ୱା ଜାରିକୁ ବେଆଇନ୍‌ ବୋଲି ଉତ୍ତରାଖଣ୍ଡ ହାଇକୋର୍ଟ ଏକ ରାୟରେ ଦର୍ଶାଇଛନ୍ତି ।

ଏକ ଗ୍ରାମ ପଞ୍ଚାୟତ ବଳାତ୍କାରର ଶିକାର ହୋଇଥିବା ନାବାଳିକା ପୀଡିତାଙ୍କ ସହ ତାଙ୍କ ପରିବାରକୁ ଗାଁ ଛାଡିବା ପାଇଁ ଫତଓ୍ୱା ଜାରି କରିଥିଲେ । ଏହାକୁ ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇବା ସହ ଏବେ ଆଉ ଫତଓ୍ୱା ଜାରି  କରାଯାଇ ପାରିବ ନାହିଁ ବୋଲି  ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏପରି ସମ୍ବିଦାନ ଫତଓ୍ୱା କିପରି ଜାରି କରାଯାଉଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି ।

Leave A Reply