ପିତାଙ୍କ ସମ୍ମାନର୍ଥେ ଦିନଟିଏ ‘ଫାଦର୍ସ ଡ଼େ’

ପିତାଙ୍କର ନିଜର ସନ୍ତାନ ଜୀବନରେ ବହୁ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଏହି ଅମୂଲ୍ୟ ଯୋଗଦାନର ମହତ୍ତ୍ୱ ସହ ସଠିକ ଭାବେ ପରିଚିତ ହେବା ପାଇଁ ଫାଦ୍ରର୍ସ ଡ଼େ ଅର୍ଥାତ ପିତାଙ୍କ ପାଇଁ ଦିନଟିଏ ବିଶ୍ୱର ବିଭିନ୍ନ ସ୍ଥାନରେ ପିତାଙ୍କୁ ସମ୍ମାନ ଦେବା ପାଇଁ ପାଳନ କରାଯାଏ। ‘ଫାଦର୍ସ ଡ଼େ’ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ଭାରତ ସମେତ ବିଶ୍ୱର ବହୁ ଦେଶରେ ପାଳନ କରାଯାଏ।

ସର୍ବପ୍ରଥମେ ‘ଫାଦର୍ସ ଡ଼େ’ଜୁନ ୧୯,୧୯୧୦ରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ୧୯୭୨ରେ ଘୋଷଣା କରାଯାଇଥିଲା। ଯାଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହି ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା।

ଆଲେଖ୍ୟ – ସସ୍ମିତା ମହାନ୍ତି

Comments are closed.