ମାଛ ଧରିବାକୁ ଯାଇ ଶିଶୁପୁତ୍ର ସହିତ ବାପ ନିଖୋଜ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଆଠବର୍ଷର ଶିଶୁ ପୁତ୍ର ସହିତ ମାଛ ଧରିବାକୁ ଯାଇଥିବା ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି । ନିଖୋଜ ଜଣଙ୍କ ହେଲେ ଗଣି ଦେହୁରୀ(୩୪) । ପେଷାରେ ଯାତ୍ରୀବାହୀ ବସ ଚାଳକ । ତାଲାବନ୍ଦ ପାଇଁ ରୋଜଗାର ବନ୍ଦ ପଡିଥିବା ବେଳେ ରବିବାର ମାଛ ଧରିବା ପାଇଁ ଶିବମନ୍ଦିର ସଂଲଗ୍ନ ଜଳାଶୟ ବା କୁଣ୍ଡିକୁ ସାନପୁଅ(୮) ସହିତ ବାଇକରେ ଜାଲ ନେଇ ଯାଇଥିଲେ । ତେବେ ଘରକୁ ନଫେରିବାରୁ ସମସ୍ତେ ଖୋଜାଖୋଜି କରିଥିଲେ । ମନ୍ଦିର ପାଖରେ ବାଇକ ମଳିଥିବା ବେଳେ ଡିକିରେ ମୋବାଇଲ ଫୋନ ରହିଛି । ମାତ୍ର ବାପ-ପୁଅଙ୍କ ପତ୍ତା ମିଳିନି । ରିପୋର୍ଟ ଲେଖାଯିବା ବେଳକୁ ଗ୍ରାମବାସୀ କୁଣ୍ଡିରେ ଖୋଜୁଛନ୍ତି । ପୁଲିସ ଓ ଦମକଳ ବାହିନୀକୁ ଖବର ଦିଆଯାଇଛି ।

Comments are closed.