ସମ୍ପତ୍ତିକୁ କେନ୍ଦ୍ର କରି ପୁଅକୁ ଗୁଳିକରି ହତ୍ୟା କଲା ବାପା

ମୁମ୍ବଇ : ମହାରାଷ୍ଟ୍ରର ଜଥାରପେଠର ସ୍ବାୟର ଅଞ୍ଚଳରେ ସୋମବାର ବାପା ଗୁଳିରେ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି। ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଉପୁଜିଥିଲା। ଯାହାଫଳରେ ସୋମବାର ବାପା ନିଜ ପୁଅକୁ ଗୁଳିକରି ହତ୍ୟା କରିଥିବା ପୁଲିସ କହିଛି। ଅଭିଯୁକ୍ତ ବାପାର ନାମ ଭାରତୀ ଓ ପୁଅର ନାମ ମନୀଷ ଅସଲାହା। ପୁଲିସ ମୃତ ବାପାକୁ ଗିରଫ କରିବା ସହ ପୁଅର ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି।
ସୂଚନା ମୁତାବକ, ଅଭିଯୁକ୍ତ ବାପା ଭାରତୀ ସ୍ଥାନୀୟ ଅଞ୍ଚଳର ଜଣେ ନେତା। ଭାରତୀର ପୁଅ ମନୀଷ ସୋମବାର ସକାଳ ସମୟରେ ସମ୍ପତ୍ତିକୁ ନେଇ ନିଜ ବାପା ସହିତ ଝଗଡା କରିଥିଲା। ବାପା ଭାରତୀ ପୁଅ ମନୀଷକୁ ବୁଝାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସେ କିଛି ଶୁଣିନଥିଲା। ଫଳରେ ବାପା ଉତକ୍ଷୀପ୍ତ ହୋଇ ପୁଅକୁ ଗୁଳି କରିଥିଲା। ଗୁଳି ଫୁଟିବାର ଶବ୍ଧ ଶୁଣି ସ୍ଥାନୀୟ ଲୋକ ଆସି ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଇଥିଲେ।

Comments are closed.