ସଡ଼କ ଦୁର୍ଘଟଣାରେ ବାପ-ପୁଅ ମୃତ

ସମ୍ବଲପୁର : ସମ୍ବଲପୁର-ଅନୁଗୁଳ ରାସ୍ତା ରେଢାଖୋଲ କୁଟାସିଘାଂ ନିକଟରେ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, କୁଟାସିଘାଂ ନିକଟରେ ବାପ-ପୁଅ ବାଇକରେ ଆସୁଥିବା ବେଳେ ତାଙ୍କର ଆଉ ଏକ ବାଇକ୍ ସହ ଧକ୍କା ହୋଇଥିଲା। ଧକ୍କା ହେବାଫଳରେ ବାପ-ପୁଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ବାଇକ୍ ଆରୋହୀ ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

Comments are closed.