ବାଇକକୁ ଧକ୍କା ଦେଲା ମିନି ଟ୍ରକ; ବାପା ଓ ୨ ପୁଅ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧାଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତି ଏବଂ ତାଙ୍କର ଦୁଇ ପୁଅ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ବାପା ଏବଂ ଦୁଇ ପୁଅ ଏକ ବାଇକରେ ଭୁବନେଶ୍ଵରରୁ ଖୋର୍ଦ୍ଧା ଫେରୁଥିଲେ। ବାଟରେ ଏକ ମିନି ଟ୍ରକ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଆହତଙ୍କୁ ଉଦ୍ଧାର କରାଯାଇ ନିକଟ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ କୃଷ୍ଣ ପାତାଳ ସିଂହ, ବିକ୍ରମ ପାତାଳ ସିଂହ ଓ ସଞ୍ଜୟ ପାତାଳ ସିଂହ। ସେମାନଙ୍କ ଘର ଖୋର୍ଦ୍ଧା ମଳିପଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Comments are closed.