ପାକିସ୍ତାନକୁ ଏଫଏଟିଏଫର କଡ଼ା ତାଗିଦ; ଟାର୍ଗେଟ ପୂରଣ କର ନଚେତ୍‌ କଳା ତାଲିକାଭୁକ୍ତ ହେବାକୁ ପ୍ରସ୍ତୁତ ରୁହ

ପ୍ୟାରିସ୍‌: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ତାଗିଦ କରିଛି ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ)। ଫ୍ରାନ୍ସର ପ୍ୟାରିସଠାରେ ଚାଲିଥିବା ଏଫଏଟିଏଫ ବୈଠକରେ ପାକିସ୍ତାନକୁ ଚେତାଇ ଦିଆଯାଇଛି ଯେ, ଦେଶକୁ ଦିଆଯାଇଥିବା ୨୭ ସୂତ୍ରୀ ଯୋଜନାର ଟାର୍ଗେଟ ଆଗାମୀ ୪ମାସ ଭିତରେ ପୂରଣ କର, ନଚେତ କଳା ତାଲିକାଭୁକ୍ତ ହେବାକୁ ପ୍ରସ୍ତୁତ ରୁହ। ଇସଲାମାବାଦ ଯଦି ୨୦୨୦ ଫେବୃୟାରୀ ସୁଦ୍ଧା ନିଜ ଘର ନ ସଜାଡ଼େ, ତେବେ ଏହି ବିଶ୍ଵସ୍ତରର ସଂଗଠନ ତା’କୁ କଳା ତାଲିକାଭୁକ୍ତ କରିବାକୁ ବାଧ୍ୟ ହେବ ବୋଲି କୁହାଯାଇଛି।

୨୦୧୮ ଜୁନରେ ହୋଇଥିବା ଏଫଏଟିଏଫ ବୈଠକରେ ପାକିସ୍ତାନକୁ ୨୭ ସୂତ୍ରୀ ବିଶିଷ୍ଟ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏଥିପାଇଁ ୧ ବର୍ଷ ସମୟ ଦିଆଯାଇଥିଲା। କିନ୍ତୁ ପାକିସ୍ତାନ ସେଥିରୁ ମାତ୍ର ୫ଟି କାର୍ଯ୍ୟ କରିବାରେ ସଫଳ ହୋଇଛି। ଅନ୍ୟ ୨୨ଟି​‌ରେ ବିଫଳ ହୋଇଥିବାରୁ ଏଫଏଟିଏଫ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବ ବୋଲି

ଏଫଏଟିଏଫ ଏହାର ନିଷ୍ପତ୍ତିରେ କହିଛି, ପାକିସ୍ତାନ ସମ୍ପୂର୍ଣ୍ଣ ଆକ୍ସନ ପ୍ଲାନକୁ ୨୦୨୦ ଫେବୃୟାରୀ ସୁଦ୍ଧା ଦ୍ରୁତଗତିରେ ଶେଷ କରୁ। ଅନ୍ୟଥା ଏଫଏଟିଏଫ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଖୁବଶୀଘ୍ର ଏଫଏଟିଏଫ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

Comments are closed.