ଧୂସର ନା କଳା, ପାକିସ୍ତାନ ଆତଙ୍କୀ ଚିଠାର ହିସାବ ଆଜି

ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିବା ପାକିସ୍ତାନ ଧୂସର କିମ୍ବା କଳା ତାଲିକାଭୁକ୍ତ ହେବ, ସେ ନେଇ ଆଜି ନିଷ୍ପତ୍ତି ନେଇପାରେ ଫାଇନାନସିଲ ଆକ୍ସନ ଟାସ୍କ ଫୋର୍ସ – FATF। ୩୯ଟି ଦେଶକୁ ନେଇ ଗଠିତ ଏହି ସଂସ୍ଥା ଆନ୍ତର୍ଜାତିକ ସ୍ଥରରେ ଆତଙ୍କବାଦ ଓ ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଦେଶଗୁଡିକ ଉପରେ ନଜର ରଖିବା ସହ ସେମାନଙ୍କ କାର୍ଯ୍ୟକଳାପ ଅନୁଯାୟୀ ନିର୍ଦ୍ଧାରିତ ତାଲିକାରେ ରଖିଥାଏ।

ପୂର୍ବରୁ ପାକିସ୍ତାନକୁ ଏ ନେଇ ୨୭ଟି ପଏଣ୍ଟ ଉପରେ ପଦକ୍ଷେପ ନେବାକୁ କୁହାଯାଇଥିଲେ ମଧ୍ୟ ପାକିସ୍ତାନ ଗୋଟିଏ ବି ପଏଣ୍ଟ ଉପରେ ପଦକ୍ଷେପ ନେଇନଥିବା ଜଣାପଡିଛି। ଏହି ୨୭ଟି ପଏଣ୍ଟ ମଧ୍ୟରୁ ୬ଟି ପଏଣ୍ଟ ଆତଙ୍କବାଦକୁ ଆର୍ଥିକ ସହାୟତା ଯୋଗାଣ ସହ ଜଡିତ। ଆଜି ଏ ନେଇ ପ୍ୟାରିସରେ ହେଉଥିବା ତିନି ଦିନିଆ ବୈଠକର ଆଜି ଶେଷ ଦିନ ହୋଇଥିବାରୁ, ଏଫଏଟିଏଫ ସଭାପତି ଡକ୍ଟର ମାର୍କସ ପ୍ଲେୟର ଗଣମାଧ୍ୟମକୁ ସୂଚନା ଦେବେ।

Comments are closed.