ଫାସ୍‍ଟାଗ୍‍ ମାଧ୍ୟମରେ ଟୋଲ ଆଦାୟ ସମୟ ସୀମା ଫେବୃୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥରେ ଥିବା ଟୋଲପ୍ଲାଜା ଗୁଡ଼ିକରେ ଫାସ୍‍ଟାଗ୍‍ ବ୍ୟବସ୍ଥା ମାଧ୍ୟମରେ ଟୋଲ ଆଦାୟ କରାଯିବାର ସମୟ ସୀମାକୁ ୨୦୨୧ ଫେବୃୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମସ୍ତ ଗାଡ଼ିଲାଗି ଆସନ୍ତାକାଲିଠାରୁ ଫାସ୍‍ଟାଗ୍‍କୁ ବାଧ୍ୟତାମୂଳକ କରାଯିବ ବୋଲି ପୂର୍ବରୁ କେନ୍ଦ୍ର ରାଜପଥ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା
କରିଥିଲେ।

ଏହି ବ୍ୟବସ୍ଥା ଦ୍ୱାରା ଯାତ୍ରୀମାନଙ୍କୁ ନଗଦ ଅର୍ଥ ଦେବାପାଇଁ ଟୋଲ୍‍ ପ୍ଲାଜାଗୁଡ଼ିକରେ ଆଉ ଅଟକି ରହିବାକୁ ପଡ଼ିବ ନାହିଁ। ଏହାଦ୍ୱାରା ଉଭୟ ସମୟ ଏବଂ ଇନ୍ଧନ ବଞ୍ଚାଯାଇ ପାରିବ। ସହଜରେ ନିର୍ଦ୍ଦିଷ୍ଟ ସ୍ଥାନ ଏବଂ ସ୍ଥଳବିଶେଷରେ ଅନ୍‍ଲାଇନ୍‍ ମାଧ୍ୟମରେ ଫାସ୍‍ଟାଗ୍‍ ପାଇବାପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଫଳରେ ଫେବୃୟାରୀ ୧୫ ମଧ୍ୟରେ ନାଗରିକମାନେ ସହଜରେ ସେମାନଙ୍କ ଗାଡ଼ିଗୁଡ଼ିକରେ ଫାସଟାଗ୍‍ ଲଗାଇପାରିବେ ଓ ଶତ ପ୍ରତିଶତ ଗାଡିରୁ ଫାସ୍‍ଟାଗ୍‍ ମାଧ୍ୟମରେ ଟୋଲ୍ ସଂଗ୍ରହ କରାଯାଇ ପାରିବ।
ଗତ ସପ୍ତାହରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଅଦ୍ୟାବଧି ଗାଡ଼ିଗୁଡ଼ିକରେ ୨ କୋଟି ୨୦ ଲକ୍ଷ ଫାସ୍‍ଟାଗ୍‍ ଲଗାଯାଇ ସାରିଲାଣି। ଦେଶର ୩୦ ହଜାର ପଏଣ୍ଟ୍‍ସ୍‍ ଅଫ୍‍ ସେଲରେ ସହଜରେ ଫାସ୍‍ଟାଗ୍‍ ଉପଲବ୍ଧ ହେଉଥିବାବେଳେ ବିଶେଷକରି ଏନଏଚଏଆଇ ଟୋଲ୍‍ ପ୍ଲାଜାରେ ଏହି ସୁବିଧା ମିଳିପାରୁଛି। ଏଥିସହିତ ଆମାଜନ୍‍, ଫ୍ଲିପ୍‍କାର୍ଟ ଏବଂ ସ୍ନାପ୍‍ଡିଲ୍‍ ଭଳି ଅନ୍‍ଲାଇନ୍‍ ମାଧ୍ୟମରେ ଏହା ଉପଲବ୍ଧ ହେଉଛି।

 

Comments are closed.