ଇଞ୍ଜିନିୟରକୁ ଫାଶୀ ଦଣ୍ଡାଦେଶ

0

ଚେନ୍ନଇ : ମାତ୍ର ୭ବର୍ଷର ଶିଶୁକୁ ବଳାତ୍କାର ଓ ହତ୍ୟା ଅପରାଧରେ ମାଡ୍ରାସ ହାଇକୋର୍ଟ ଜଣେ ୨୩ବର୍ଷୀୟ ଇଞ୍ଜିନିୟର ଏସ୍‌. ଦଶୱକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ଫେବୃଆରୀ ମାସରେ ନିମ୍ନ ଅଦାଲତ ଦେଇଥିବା ରାୟକୁ କାଏମ ରଖି ହାଇକୋର୍ଟ କହିଛନ୍ତି ଯେ ଦଶୱନ୍ତକୁ ଫାଶି ଦିଆଯିବା ଯଥାର୍ଥ। ଗତ ବର୍ଷ ଫେବୃଆରୀରେ ଦଶୱନ୍ତ ପଡ଼ୋଶୀ ଘରର ଛୋଟ ଝିଅକୁ କୁକୁର ସହିତ ଖେଳିବା ଆଳରେ ନିଜ ଘରକୁ ଡାକି ବଳାତ୍କାର ପରେ ତଣ୍ଟି ଚିପି ହତ୍ୟା କରିଥିଲା। ପରେ ଏକ ବ୍ୟାଗ୍‌ରେ ତାର ମୃତଦେହକୁ ନେଇ ଜାତୀୟ ରାଜପଥ ନିକଟ ନିଛାଟିଆ ସ୍ଥାନରେ ପୋଡ଼ି ଦେଇଥିଲା। ଏହି ଜଘନ୍ୟ କାଣ୍ଡରେ କେହି ସାକ୍ଷୀ ନଥିଲେ ମଧ୍ୟ ବିଭିନ୍ନ ପ୍ରମାଣ ଆଧାରରେ ନିମ୍ନ ଅଦାଲତ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ। ଆହୁରି ଏକ ଭୟଙ୍କର ଘଟଣାରେ ଗତ ଡିସେମ୍ବରରେ ଜାମିନରେ ଆସିଥିବା ସମୟରେ ସେ ନିଜ ମା’ ଏସ୍‌. ଶାରଳାଙ୍କୁ ମଧ୍ୟ ହତ୍ୟା କରିବା ସହ ତାଙ୍କର ଅଳଙ୍କାର ସବୁକୁ ନେଇ ମୁମ୍ବଇ ପଳାଇଥିଲା। ପୁଳିସ ସେଠାରୁ ତାକୁ ଗିରଫ କରିଥିଲା। ତା’ ନାମରେ ମା’ଙ୍କୁ ହତ୍ୟା କରିଥିବାର ମାମଲା ମଧ୍ୟ ବିଚାରାଧୀନ ରହିଛି।

Leave A Reply