ଫେସନ୍ ଡ଼ିଜାଇନର ୱେଣ୍ଡେଲ ରୋଡରିକ୍ସଙ୍କ ପରଲୋକ

ମୁମ୍ବଇ : ଜଣାଶୁଣା ଫେସନ୍ ଡ଼ିଜାଇନର ୱେଣ୍ଡେଲ ରୋଡରିକ୍ସଙ୍କର ବୁଧବାର ଗୋଆ ଠାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା। ୱେଣ୍ଡେଲ ରୋଡରିକ୍ସ ଏକାଧାରାରେ ଜଣେ ଫେସନ୍ ଡ଼ିଜାଇନର, ଲେଖକ ଏବଂ ପରିବେଶବିତ୍ । ସେ ୧୯୬୦ମସିହା ମଇ ୨୮ରେ ଗୋଆ ଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ୨୦୧୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୦୩ରେ ମୁକ୍ତିଲାଭ କରିଥିବା ଅମିତାଭ ବଚ୍ଚନ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର “ବୁମ୍”ରେ କାମ କରିଥିଲେ। ଏହାସହିତ ୨୦୦୮ରେ ମୁକ୍ତିଲାଭ କରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ “ଫେସିଅନ” ସିନେମାର ସେ ଅଂଶ ଥିଲେ।

Comments are closed.