ଫାରୁକ ଅବଦୁଲ୍ଲାଙ୍କୁ କରୋନା

ଜାମ୍ମୁ: ନ୍ୟାଶନାଲ କନ୍‌ଫରେନ୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଫାରୁକଙ୍କ ପୁଅ ଓମାର ଅବଦୁଲ୍ଲା ମଙ୍ଗଳବାର ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଓମାର ଟ୍ବିଟ୍‌ କରି କହିଛନ୍ତି ଯେ, ତାଙ୍କ ବାପାଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି ଏବଂ ତାଙ୍କଠାରେ କରୋନାର କେତେକ ଲକ୍ଷଣ ଦେଖିବାକୁ ମିଳିଛି। ବାପାଙ୍କ ରିପୋର୍ଟ ଆସିବା ପରେ ପରିବାର ସଦସ୍ୟମାନେ ନିଜର କରୋନା ପରୀକ୍ଷା କରାଇବା ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ୍‌ କରିଛନ୍ତି। ସେମାନଙ୍କ ପରିବାର ସହିତ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି।

Comments are closed.