ବେଙ୍ଗଳା ଏବେ ସାତ ସପନ, ଯନ୍ତ୍ର ଭରସାରେ ଧାନଖଳା!

ସାରନଗରୀ : ଭାରତ ଏକ କୃଷି ପ୍ରଧାନ ଦେଶ । ଗ୍ରାମାଞ୍ଚଳର ଅଧିକାଂଶ ଲୋକଙ୍କ ଜୀବନଜୀବିକା କୃଷି ଉପରେ ନିର୍ଭର କରିଥାଏ । କୃଷିରୁ ଯାହା ଆୟ ହୁଏ, ସେଥିରେ ପରିବାର ଚୁଲି ଜଳିଥାଏ । ମାତ୍ର ଏବେ ବଦଳିବାରେ ଲାଗିଲାଣି  ଯୁଗ, ତାହା ସାଙ୍ଗକୁ ଚାଷୀ ଦିନକୁ ଦିନ ଆଧୁନିକ ଯନ୍ତ୍ରପାତି ଉପରେ ଅଧିକ ନିର୍ଭରଶୀଳ ହେବାରେ ଲାଗିଛି । ଏଣୁ ପାରମ୍ପାରିକ ପଦ୍ଧତି ଧିରେ ଧିରେ ଲୋପ ପାଇବାକୁ ଲାଗିଲାଣି । ଆଉ ଆଗଭଳି ଧାନ ବେଙ୍ଗଳା ଦେଖିବାକୁ ମିଳୁନି । ଯନ୍ତ୍ର ସାହାଯ୍ୟରେ କମ ସମୟରେ ଅଧିକ ଧାନମଳା ହୋଇ ପାରୁଛି ।  ହଜିଯିବାକୁ ବସିଲାଣି ବେଙ୍ଗଳା । ପୂର୍ବରୁ ଚାଷୀମାନେ ଧାନ କାଟିବା ସହ ଜମିରେ ଧାନ ନିହଣ ପକାଇ ଶୁଖିଲା ପରେ ଖଳାକୁ ସେହି ମୂଲିଆଙ୍କ ଦ୍ୱାରା ହିଁ ନେଉଥିଲେ । ମୂଲିଆରୁ ସେମାନଙ୍କୁ ଧାନ ଭାଗ ନେଇ ବଳକା ଧାନକୁ ଖଳାରେ ସୁରକ୍ଷିତ ରଖୁଥିଲେ । ଆବଶ୍ୟକସ୍ଥଳେ ଗୋରୁ ଓ ପୋଢ ସହାୟତାରେ ବେଙ୍ଗଳା ପକାଇ ଅମଳ କରୁଥିଲେ । ଏହା ସାଧାରଣତଃ କାର୍ତ୍ତିକ ମାସରୁ ଆରମ୍ଭ ହୋଇ ମାର୍ଗଶୀର ଶେଷ ଯାଏ ଚାଲୁଥିଲା, ହେଲେ ଏବେ ସେହି ପାରମ୍ପରିକ ପଦ୍ଧତି ଆଉ ଦେଖିବାକୁ ମିଳୁନାହିଁ । ଆଧୁନିକ ଚାଷ ଓ ଅମଳ ପ୍ରଣାଳୀକୁ ଆପଣାଇ ନେଲେଣି କୃଷକ । ଅଧିକାଂଶ ଚାଷୀ ଏବେ ମେସିନରେ ଧାନ କାଟୁଛନ୍ତି, ଧାନମଳା ମେସିନରେ ପକାଇ କମ ସମୟରେ ଧାନ ଅମଳ କରି ନେଉଛନ୍ତି ।
ଚାଷୀ ଘାସିରାମ ଲୋହାର ପ୍ରକାଶ କରିଛନ୍ତି ଯେ, ଏହି ମେସିନରେ ଚାଷୀ ଘଣ୍ଟା କରେ ଯେତିକି ଧାନ ଅମଳ କରୁଛି, ଯଦି ମୂଲିଆ ଦ୍ୱାରା ସେତେକ କରନ୍ତେ ତେବେ ଦିନଟିଏ ଲାଗିଥାନ୍ତା । ଏହି ମେସିନରେ ଧାନ ପକାଇ ତାହା ପାଳ ଓ ଅଗାଡ଼ିକୁ ଅଲଗା କରିଦିଏ । ଯୁଗ ସହ ତାଳ ଦେଇ ଚାଷୀ ପାରମ୍ପାରିକ ପଦ୍ଧତି ଛାଡ଼ି ଆଧୁନିକ ପଦ୍ଧତିକୁ ଆପଣାଇଲାଣି ।  ନୂଆଟୋଲି ଅଞ୍ଚଳର ଚାଷୀ ବିଧାନ ଭୂମିଜଙ୍କ କହିବା ଅନୁଯାୟୀ, ବାପା, ଜେଜେବାପାଙ୍କ ଅମଳରେ ଧାନ ରୁଆଠାରୁ ଆରମ୍ଭ କରି ଅମଳ ଯାଏଁ ଦୀର୍ଘ ମାସ ଧରି ଚାଷୀ ଜମିରେ ମାଟି ସହ ମାଟିର ପୁଅ ହୋଇ ଢେର କସରତ କରୁଥିଲେ । ଆମେ ମଧ୍ୟ ପାରମ୍ପରିକ ପଦ୍ଧତିରେ ଧାନ ଚାଷ କରୁଥିଲୁ । ହେଲେ ଏବେ ବିଭିନ୍ନ ଅତ୍ୟାଧୁନିକ ମେସିନର ପ୍ରଚଳନ ଯୋଗୁ ଚାଷୀ ବହୁଳ ଭାବରେ ଉପକୃତ ହୋଇପାରୁଛି । କମ୍ ସମୟରେ ସ୍ବଳ୍ପ ମୂଲ୍ୟ ଖର୍ଚ୍ଚରେ ଅଧିକ ବେଉଷଣ ହୋଇ ପାରୁଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।
ଧାନ ରୁଆରେ ମଧ୍ୟ ନୂଆ ପଦ୍ଧତି ଆପଣାଇ ଅମଳ ପରିମାଣ ଅନେକାଂଶରେ ବୃଦ୍ଧି କରାଗଲାଣି । ଏକର ଏକର ଜମିରୁ ଚାଷୀ ପୂର୍ବରୁ ସମାନ ପରିମାଣର ଧାନ ପାଇବା କଷ୍ଟକର ହେଉଥିବାବେଳେ ଏବେ ଆଧୁନିକ ପ୍ରଣାଳୀରେ ୧ ଏକର ଜମିରୁ ୩ ଏକର ଧାନ ଅମଳ କଲାଣି । ଚାଷୀର ଆର୍ଥିକ ଉନ୍ନତି ସହ ଉତ୍ପାଦନ କ୍ଷମତା ବୃଦ୍ଧି ଘଟୁଛି । ଧାନ ଚାଷୀ ଯଦି ସେଭଳି ପ୍ରତିକୂଳ ପରିସ୍ଥିତିର ସାମ୍ନା ନକଲା, ତେବେ ଲାଭ ହୋଇ ପାରିବ କୁହନ୍ତି ଅଧିକାଂଶ ଚାଷୀ ।ଚାଷୀ ଧାନ ଅମଳ କରି ତାକୁ ପୁଣି ବସ୍ତାରେ ସେହି ମେସିନ ସହାୟତାରେ ଭର୍ତ୍ତି କରି ଅଖାକୁ ପୁଣି ମେସିନ ସହାୟତାରେ ହିଁ ସିଲାଇ କରି ଦେଉଛି । ପୂର୍ବରୁ ଚାଷୀ ପାରମ୍ପାରିକ ପଦ୍ଧତିରେ କାମ କରୁଥିଲେ । ବର୍ଷା ଦିନେ ଯେଉଁ ମହିଳା ମୂଲିଆମାନେ ଜମିରେ ଧାନରୂଆ କରିଥିବେ, ସେହିମାନଙ୍କୁ ଚାଷୀ ଧାନକଟା ସମୟରେ ଡାକୁଥିଲେ । ସେମାନେ ଦା’ ସହାୟତାରେ ଧାନ ସବୁ ଜମିରେ କାଟି ତାକୁ ନିହଣ ପକାଉଥିଲେ । ଜମିରେ ଧାନ ସମୂର୍ଣ୍ଣ ଶୁଖିଯିବା ପରେ ତାକୁ ବିଡ଼ା ବାନ୍ଧି ସାହୁକାରଙ୍କ ଘର ଅବା ଖଳାକୁ ନେଉଥିଲେ । ସେଠାରେ ଚାଷୀ ଧାନ ବିଡ଼ାରୁ କିଛି ମୂଲିଆଙ୍କୁ ମଜୁରୀ ଆକାରରେ ଦେବା ସହ ବଳକା ଧାନକୁ ଖଳାରେ ସଂରକ୍ଷିତ ରଖିଥିଲେ । ଆବଶ୍ୟକସ୍ଥଳେ ତାକୁ ଗୋରୁ ସହାୟତାରେ ବେଙ୍ଗଳା ପକାଇ ଅମଳ କରୁଥିଲେ । ଏଥିରେ ବହୁ ଲୋକ ନିଯୁକ୍ତି ପାଉଥିଲେ ଓ ଧାନ ଆକାରରେ ପେଟକୁ ଦାନା ଯୋଗାଡ଼ କରି ପାରୁଥିଲେ । ଯଦିଓ ଏବେ ମେସିନରେ ସେହି କାମ କମ ପରିଶ୍ରମରେ ହୋଇ ପାରୁଛି, ତେବେ ଲୋକ ନିଯୁକ୍ତିରୁ ବାଦ ପଡୁଛନ୍ତି । ଯୁଗ ସହ ତାଳ ଦେଇ ଚାଷୀ ପାରମ୍ପରିକ ପଦ୍ଧତି ଛାଡ଼ି ଆଧୁନିକ ପଦ୍ଧତିକୁ ଆପଣାଇଲାଣି ।  ନୂଆ ଟୋଲି ଅଞ୍ଚଳର ଚାଷୀ ବିଧାନ ଭୂମିଜଙ୍କ କହିବା ଅନୁଯାୟୀ, ବାପା, ଜେଜେବାପାଙ୍କ ଅମଳରେ ଧାନ ରୁଆଠାରୁ ଆରମ୍ଭ କରି ଅମଳ ଯାଏଁ ଦୀର୍ଘ ମାସ ଧରି ଚାଷୀ ଜମିରେ ମାଟି ସହ ମାଟିର ପୁଅ ହୋଇ ଢେର କସରତ କରୁଥିଲେ । ଆମେ ମଧ୍ୟ ପାରମ୍ପରିକ ପଦ୍ଧତିରେ ଧାନ ଚାଷ କରୁଥିଲୁ । ହେଲେ ଏବେ ବିଭିନ୍ନ ଅତ୍ୟାଧୁନିକ ମେସିନର ପ୍ରଚଳନ ଯୋଗୁ ଚାଷୀ ବହୁଳ ଭାବରେ ଉପକୃତ ହୋଇ ପାରୁଛି, କମ ସମୟରେ କମ ମୂଲିଆ ଖର୍ଚ୍ଚରେ ଅଧିକ ବେଉଷଣ ହୋଇ ପାରୁଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଧାନ ରୁଆରେ ମଧ୍ୟ ନୂଆ ପଦ୍ଧତି ଆପଣାଇ ଅମଳ ପରିମାଣ ଅନେକାଂଶରେ ବୃଦ୍ଧି କରାଗଲାଣି। ଏକର ଏକର ଜମିରୁ ଚାଷୀ ପୂର୍ବରୁ ସମାନ ପରିମାଣର ଧାନ ପାଇବା କଷ୍ଟକର ହେଉଥିବାବେଳେ ଏବେ ଆଧୁନିକ ପ୍ରଣାଳୀରେ ୨ ଏକର ଜମିରୁ ୪ ଏକର ଧାନ ଅମଳ କଲାଣି । ଚାଷୀର ଆର୍ଥିକ ଉନ୍ନତି ସହ ଉତ୍ପାଦନ କ୍ଷମତା ବୃଦ୍ଧି ଘଟୁଛି । ଧାନ ଚାଷୀ ଯଦି ସେଭଳି ପ୍ରତିକୂଳ ପରିସ୍ଥିତିର ସାମ୍ନା ନକଲା, ତେବେ ଲାଭ ହୋଇ ପାରିବ ମତ ଦିଅନ୍ତି ଅଧିକାଂଶ ଚାଷୀ ।

Comments are closed.